ହେଡଲାଇନସ୍:

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

ଭୁବନେଶ୍ୱର: ଘୂର୍ଣ୍ଣି ବାତ୍ୟା “ବୁଲ୍ ବୁଲ୍” ଓଡ଼ିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୫ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ ସୂଚନା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସତର୍କ ଜାରି କରାଯାଇଥିବା ୧୫ଟି ଜିଲ୍ଲାର ସମସ୍ତ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ନିରାପଦ ଜାଗାମାନଙ୍କୁ ସ୍ଥାନାନ୍ତର ଓ ନିରାଶ୍ରୟ ଲୋକମାନଙ୍କର ସ୍ୱତନ୍ତ୍ର ଯତ୍ନ  ନେବାକୁ ଜିଲ୍ଲା ପ୍ରଶାସନକୁ ଅକୁଣ୍ଠ ସାହାଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ନିବେଦନ କରିଛନ୍ତି ।

ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ୨୦୧୮ ମସିହାରେ ‘ତିତିଲି’ ଓ ୨୦୧୯ ମସିହାରେ ‘ଫନି’ ମହାବାତ୍ୟା ସମୟରେ ସାହାଯ୍ୟ ଓ ସହଯୋଗ ସହିତ ଉଦ୍ଧାର କାର୍ଯ୍ୟରେ ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କର ତିତିଲି ସମୟରେ ଏହି କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରଶଂସିତ ହୋଇଥିଲେ । ଏବେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ଆଗକୁ ଆସି ସତର୍କ ଜାରି କରାଯାଇଥିବା ୧୫ଟି ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ । ଯେପରିକି ‘ବୁଲ୍ ବୁଲ୍’ ଦ୍ୱାରା କୌଣସି ଧନଜୀବନ ହାନୀ ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାତ୍ୟା ପୂର୍ବ ଓ ପରବର୍ତୀ ସମସ୍ତ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ପରିଚାଳନାରେ ସହଯୋଗ ପ୍ରଦାନ କରିବାକୁ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ଶ୍ରୀ ନାୟକ ଆହ୍ୱାନ ଜଣାଇଛନ୍ତି ।

0
0
0
s2sdefault