ହେଡଲାଇନସ୍:

ଦୁର୍ଦ୍ଦିନରେ ବିତୁଛି ଅସହାୟ ସୁନାଧରଙ୍କ ଜୀବନ : କାନ ଡେରି ଶୁଣିବ କି ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼/ସଚିନ ସାହୁ  :ବର୍ଷାରେ  ଗରିବ ସୁନାଧର ବାଗ ଙ୍କର ଘର ଭାଙ୍ଗିଯାଇଛି ଓ ସେଥିରୁ ସେ ଅଳ୍ପକେ ବଞ୍ଚିଯାଇଛନ୍ତି  । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଙ୍କିବାହାଲ ଗ୍ରାମର ସୁନାଧର ବାଗ ବହୁ କଷ୍ଟରେ ଧାର କରଜ କରି କୁଲିବୃତି କରି ଘରଟିଏ ତିଆରି କରିଥିଲେ ।ବର୍ଷା ହେବାରୁ ଉକ୍ତ ଘରଟି ଭୁଷୁଡି ପଡିଛି ।  ତାଙ୍କର ଇନ୍ଦିରା ଆବାସଟିଏ କି ପ୍ରଧାନମନ୍ତ୍ରୀ ଆବାସ ଘରଟିଏ ନାହିଁ।  ଏବେ ଘରଟି ଭାଙ୍ଗି ଯାଇଥିବାରୁ ମରାମତି ପାଇଁ ମଧ୍ଯ ସେମାନଙ୍କ ନିକଟରେ ପଇସା ନାହିଁ । ଏନେଇ ସେ ବହୁ ବାର ପ୍ରଶାସନ ପାଖରେ ଗୁହାରି କରି ନିରାଶ ହୋଇଛନ୍ତି।ବହୁବାର ଜଣାଇଲେ ମଧ୍ଯ ତାଙ୍କ କଥା କେହି ଶୁଣୁନାହାନ୍ତି ।  ଏହି ଅସହାୟ  ସୁନାଧର ବାଗ ଙ୍କୁ ଘର ଭଙ୍ଗା ସକାଶେ ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଟିଏ ଯୋଗାଇଦେବା ପାଇଁ ଗ୍ରାମବାସୀ  ଜିଲ୍ଲାପାଳଙ୍କ ନିକଟରେ  ଦାବି କରିଛନ୍ତିି ।

0
0
0
s2sdefault