ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଶିଶୁ-ମହୋତ୍ସବ "ମହକ"-୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲାରେ ଶିଶୁ-ଯତ୍ନ ଅନୁଷ୍ଠାନ ଗୁଡିକର ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ଗୁଡିକ ପ୍ରସ୍ପୁଟିତ କରିବା ପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ-ମହୋତ୍ସବ "ମହକ-୨୦୧୯" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ଅଦାଲତର ଜିଲ୍ଲା ଦୌରା-ଜର୍ଜ  ଶ୍ରୀ ବିଶ୍ବଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ତଥା ଯତ୍ନ ଓ ସୁରକ୍ଷା  ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ମୁଖ୍ୟଅତିଥି ଦୌରା-ଜର୍ଜ  ଶ୍ରୀ ବିଶ୍ବଜିତ ଦାସ ଉତ୍ସାହିତ କରିବା ସହ ଭଗବାନ ଶ୍ରୀକୃଷ୍ଣ ମଧ୍ୟ  ଜଣେ ଉଦ୍ଧାର ହୋଇଥିବା ଶିଶୁ ସହ ତୁଳନା କରି କହିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା-ଜର୍ଜ  ଶ୍ରୀ ଅରୁଣ ସାହୁ , କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷ   ଶୁଭଶ୍ରୀ ପ୍ରଧାନ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ  ପ୍ରମୋଦ କୁମାର ରାଉଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଗୋଟି ଶିଶୁ-ଯତ୍ନ ଅନୁଷ୍ଠାନରୁ ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ଦଳଗତ ଭାବେ ନୃତ୍ୟ , ସଙ୍ଗୀତ ଓ ପ୍ରତିଭା ପ୍ରଦର୍ଶନ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିବା ସହ ଆଞ୍ଚଳିକ ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ମହୋତ୍ସବରେ ଶିଶୁ ମାନେ ଯୋଗଦେଇ  ନିଶ୍ଚିତ ଭାବେ ଗଜପତି  ଜିଲ୍ଲା ପାଇଁ ସୁନାମ ଆଣିବେ ବୋଲି କହି ଉତ୍ସାହିତ କରିଥିଲେ ।

     ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଏବଂ ବ୍ରହ୍ମପୁର ଚାଇଡ୍ ଲାଇନ ସଂଯୋଜକ ସାଇ ପ୍ରସାଦ ସାମଲ ,    ଜିଲ୍ଲା ଶିଶୁ-ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ  ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

    ଅନୁଷ୍ଠିତ ପ୍ରତିଯୋଗିତାର ଦଳୀୟ ନୃତ୍ୟରେ ବିବେକା ନନ୍ଦ ରେସିଡେଣ୍ଟାଲ ସ୍କୁଲ ଏସ . ଉରୁଡ଼ାର ଶିଶୁ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ "ଡେ-ଷ୍ଟାର ହୋମ" ମୋହନାର ଶିଶୁ ମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ  ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ମାନେ ଆସନ୍ତା କାଲି  ଆଞ୍ଚଳିକ ସ୍ତରୀୟ ଅନୁଷ୍ଠିତ ହେବାକୁ ଥିବା "ଶିଶୁ ମହୋତ୍ସବ ମହକ-୨୦୧୯"  ରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଯିବା ସହ ସେଠାରେ ଉନ୍ନୀତ ଶିଶୁମାନେ ନଭେମ୍ବର ୧୧ ତାରିଖରେ  ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ-ସ୍ତରୀୟ ଶିଶୁ ମହୋତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱର ଯିବେ ।

   ଏହି ମହୋତ୍ସବକୁ ଜିଲ୍ଲା ଶିଶୁ-ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଏବଂ ଜିଲ୍ଲା ଚାଇଡ୍ ଲାଇନର ସଦସ୍ୟ ମାନେ ଉପସ୍ଥିତ ରହିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault