ହେଡଲାଇନସ୍:

 ଶ୍ରୀରଘୁନାଥ ଜିଉଙ୍କ ଫଂଚୁକ ଆରମ୍ଭ: ଗଜଉଦ୍ଧାରଣ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ପବିତ୍ର କାର୍ତ୍ତିକ ମାସ ବଡ ଏକାଦଶୀ ତଥା ପଂଚୁକ ପ୍ରଥମ ଦିବସରେ ପ୍ରଭୁ ଶ୍ରୀରଘୁନାଥ ଜିଉ ଗଜଉଦ୍ଧାରଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପାଳିଆପଣ୍ଡା ରଞ୍ଜନ କୁମାର ମହାପାତ୍ର ପ୍ରଭୁଙ୍କୁ ମନଲୋଭା ଗଜଉଦ୍ଧାରଣ ବେଶରେ ସଜିତ କରିବା ପରେ ସନ୍ଧ୍ୟା ୬ଟାରେ ମନ୍ଦିର ଦ୍ୱାର ଫିଟା ହୋଇଥିଲା । ଜଳ, ଚନ୍ଦନ, ତୁଳସୀ, ଫୁଲମାଳ ଓ ସନ୍ଧ୍ୟାଭୋଗ ଲାଗି କରାଯାଇ କର୍ପୁର ଆଳତୀ, ବନ୍ଦାପନା, ମହାଆଳତୀ, ଚାମର, ଆଲଟ ସେବା ଲାଗି ହେବା ସହ ଶ୍ରଦ୍ଧାଳୁମାନେ ଜିଉଙ୍କୁ ଗଜଉଦ୍ଧାରଣ ବେଶରେ ଦର୍ଶନ କରିଥିଲେ । ପୈାରାଣୀକ କଥାବସ୍ତୁ ଆଧାରରେ ଜଳ ମଧ୍ୟରୁ କୁମ୍ଭୀର ଦାଉରୁ ରକ୍ଷା କରିବା ପାଇଁ ଗଜରାଜଙ୍କ ଆତୁର ପ୍ରାର୍ଥନା ଭକ୍ତ ବତ୍ସଳ ପ୍ରଭୁ ନାରାୟଣଙ୍କୁ ବିଚଳିତ କରିଥିଲା । ଭକ୍ତର ଡାକ ଶ୍ରବଣ କରି ବୈକୁଣ୍ଠ ପୁରରୁ ଗରୁଡ ବାହାନରେ ମା ଲକ୍ଷ୍ମୀଙ୍କ ସହ ମର୍ତ୍ତ୍ୟ ପୁରକୁ ଓହ୍ଲାଇ ଆସି ସୁଦର୍ଶନ ଚକ୍ର ଦ୍ୱାରା କୁମ୍ଭୀରକୁ ବିନାଶ କରି ଗଜକୁ ରକ୍ଷାକରି ଥିଲେ । ଏହି ଦୃଶ୍ୟ ଦର୍ଶନ କରି ଶ୍ରଦ୍ଧାଳୁମାନେ  ଭାବ ବିହ୍ୱଳ ହୋଇଥିଲେ । ପରେ ଆଜିର ଏକାଦଶୀ ନୀତି ପାଳିିତ ହୋଇଥିଲା । ପାଳିଆ ପଣ୍ଡା ରଂଜନ କୁମାର ମହାପାତ୍ର, ପୂଜକ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ, ପୂଜକ ପରିଷଦର କର୍ମକର୍ତା ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶଙ୍କ ଦ୍ୱାରା ସମସ୍ତ ନୀତି କାର୍ଯ୍ୟ ସଂପାଦନ ହାଇଥିଲା । ପଂଚୁକ ଆରମ୍ଭରେ ଶ୍ରୀଜିଉଙ୍କ ଏହିବେଶ ଦର୍ଶନ ପାଇଁ ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା  ।

0
0
0
s2sdefault