ହେଡଲାଇନସ୍:

ସିସିଆରଟି ବୃତ୍ତି  ପାଇବାକୁ ମନୋନୀତ ହେଲେ ଦେବଯାନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(Srikanta Mishra) : ଭାରତ ସରକାରଙ୍କ ସହଯୋଗୀ ସଂସ୍ଥା  ସିସିଆରଟି (ସେଣ୍ଟର  ଫର କଲଚୁରାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ)  ପକ୍ଷରୁ  ପ୍ରତିବର୍ଷ ବିଭିନ୍ନ କଳା କ୍ଷେତ୍ରରେ ମନୋନୀତ ପ୍ରାଥୀଙ୍କୁ ବୃତ୍ତି  ପ୍ରଦାନ କରାଯାଉଛି । ଚଳିତ ବର୍ଷ ଓଡିଶୀ ନୃତ୍ୟ ପାଇଁ ଓଡଗାଁର ଦେବଯାନୀ ସୂତାର ଏହି ବୃତ୍ତି  ପାଇବାକୁ ମନୋନୀତ ହୋଇଛନ୍ତି । ସ୍ଥାନୀୟ ରଘୁନାଥ ନୃତ୍ୟାୟନରେ ଗୁରୁ କାର୍ତିକ ସାହୁ ଓ ପଙ୍କଜ ପ୍ରଧାନଙ୍କ ଠାରୁ ସେ ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି । ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରେ ଶିକ୍ଷକ ଭାବେ କାର୍ଯ୍ୟରତ ପ୍ରଭାତ କୁମାର ସୂତାରଙ୍କ କନ୍ୟା ଦେବଯାନୀ ତାଙ୍କର ସାଧନା ବଳରେ ସର୍ବଭାରତୀୟ, ରାଜ୍ୟସ୍ତରୀୟ ତଥା  ଜିଲ୍ଲା ସ୍ତରରେ ମଧ୍ୟ ପୂର୍ବରୁ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ତାଙ୍କ ଏହି ସଫଳତା ପାଇଁ ଓଡଗାଁର ବିଭିନ୍ନ ଅନୁଷ୍ଠାନ  ଶୁଭ ଚିନ୍ତକ ତାଙ୍କୁ ଶୁଭେଚ୍ଛା ବାର୍ତା ଦେଇଛନ୍ତି । 

0
0
0
s2sdefault