ହେଡଲାଇନସ୍:

ପାଷାଣୀ ଅହଲ୍ୟା ପରି କାହା  ପାଦସ୍ପର୍ଶ ଅପେକ୍ଷାରେ......       

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିଇବା ପାଣି ପାଇଁ ଡହଲବିକଲ ଗ୍ରାମବାସି 

ବେଲପଡ଼ା ଧୁମାଭଟା ରୁ ବନମାଲି ନାଏକ୍ -ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମର ଲୋକ ପିଇବା ପାଣିପାଇଁ ଡହଲବିକଲ ହେଉଥିବା କଥା ସାମ୍ନା କୁ ଆସିଛି | ୨ ଲକ୍ଷ ଲିଟର୍ ର ପାଣିଟାଙ୍କି ବନିଛି | କିନ୍ତୁ ଏଯାଏଁ କାର୍ଯ୍ୟକ୍ଷମ  ହେଇପାରୁନାହିଁ | ପ୍ରଶାସନିକ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଏହା ହୋଇଥିବା ଅଭିଯୋଗ ଉଠିଛି |

ସରକାର ଲୋକଙ୍କ ପାଇଁ କେତେ ଯୋଜନା କରୁଛନ୍ତି | କିନ୍ତୁ ସରକାରି ବାବୁଙ୍କ ଉଦାସିନତା ଯୋଗୁଁ ଲୋକଙ୍କ ପାଖକୁ ଲାଭ ପହଞ୍ଚିପାରୁନାହିଁ  | ବେଲପଡ଼ା ଜଲଯୋଗାଣ ବିଭାଗ୍ କୁ ଜଣେଇଲେ ଇଂଜିନିୟର କହୁଛନ୍ତି ଆହୁରି ୨ ବର୍ଷ ଲାଗିବ | ଏମିତି କହି ସମୟ ଗଡ଼େଇ ଚାଲିଛନ୍ତି | ପାଖାପାଖି ୨ କୋଟି ଟଙ୍କାରେ ନିର୍ମିତ ପାଣିଟାଙ୍କି ଏବେ ସମ୍ପୁର୍ଣ ଭାବରେ ଅଚଲ ହେଇଯାଇଛି | କେନେ ସଜଡା ହେବ, କେବେ ଏକ କାର୍ଯ୍ୟକ୍ଷମ ହେବ କାହା କରସ୍ପର୍ଶରେ, ସେଥିପାଇଁ ରାମୟନର ପାଷାଣୀ ଅହଲ୍ୟା ପରି ଚାହିଁ ରହିଛି ଧୂମାଭଟାର ଏହି ପାଣି ଟାଙ୍କି | କେବେ ପ୍ରସାଶନର ନିଦ ଭାଙ୍ଗିବ ଓ ଲୋକେ ପିଇବାପାଣି ପାଇପାରିବେ ଦେଖିବାକୁ ବାକିରହିଲା ଏପଟେ ଲୋକ ଆନ୍ଦୋଲନ ର ଧମକ୍ ଦେଲେଣି |

0
0
0
s2sdefault