ହେଡଲାଇନସ୍:

 ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ  ଜାପାନୀ ଏନସେଫାଲଇଟିସ ପ୍ରତିଷେଧକ ଟୀକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜିଲ୍ଳାର ତିନି ଲକ୍ଷ ଅଠର ହଜାର ତିନିଶହ ଛବିଷ ଜଣ ଶିଶୁଙ୍କୁ ଟୀକାକରଣ ଲକ୍ଷଧାର୍ଯ୍ୟ 

ବରଗଡ଼ :- ଆଗାମୀ ନଭେମ୍ବର ୧୧ ତାରିଖରୁ ଡ଼ିସେମ୍ବର ୧୦ ତାରିଖ ମଧ୍ୟରେ ବରଗଡ ଜିଲ୍ଳାର ତିନି ଲକ୍ଷ ଅଠର ହଜାରବତିନିଶହ ଛବିଷ ଜଣ ଶିଶୁ ଙ୍କୁ ଜାପାନୀ ଏନସେଫାଲଇଟିସ ର ପ୍ରତିଷେଧକ ଟୀକା ବିଦ୍ୟାଳୟ ଏବଂ ଟୀକାକରଣ କେନ୍ଦ୍ରରେ ପ୍ରଦାନ କରଯିବ  ବୋଲି ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପୁଷ୍ପାଂଶୁ ସାହୁ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ( ପରିବାର କଲ୍ୟାଣ) ଡ଼ାକ୍ତର ତହସିଲ ସାହୁ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଟୀକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ପ୍ରଥମରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଏହି ଟୀକା ବୁଧବାର ଏବଂ ଛୁଟୀଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଦିଆଯିବ ।ଏଥିପାଇଁ ୨୮୧ ଜଣ ଭେକସିନେଟର, ୧୪୬୪ ଜଣ ଆଶା କର୍ମୀ, ଏବଂ ୨୮୫୦ ଜଣ ଅଙ୍ଗନବାଡ଼ି କର୍ମୀ ଟୀକାକରଣ କାର୍ଯ୍ୟରେ ସାମିଲ ହେବେ । ଗାଁ କଲ୍ୟାଣ ସମିତି ଜରିଆରେ ବିଦ୍ୟାଳୟର ଶିକ୍ଷକ, ଜନ ପ୍ରତିନିଧି ଏବଂ ଅଭିଭାବକ ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଛି । ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ୍ୟ ବଜାର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ସ୍ୱାସ୍ଥ୍ୟ କାନ୍ଥ ଆଦି ସ୍ଥାନରେ ଏନେଇ ସଚେତନତା ସୃଷ୍ଟି କରାଯାଉଛି । ଟୀକାକରଣ ର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଆବଶ୍ୟକ କିଟ ମଧ୍ୟ ସମସ୍ତଙ୍କୁ ଦିଆଯାଇଛି । ସେହିପରି ମଶା ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ନିଜ ଆଖ ପାଖ ପରିବେଶକୁ ସଫାସୁତୁରା ରଖିବା ସହ ମଶା ଯେପରି ନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଟୀକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ସିଡ଼ିଏମଓ ଡ଼ାକ୍ତର ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି 

0
0
0
s2sdefault