ହେଡଲାଇନସ୍:

ଦୁଃଖ ପ୍ରକାଶ କଲେ ଅନୁଭବ : କହିଲେ ତାଙ୍କ ବିରକ୍ତିର କାରଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ବୈଜୟନ୍ତ ପଣ୍ଡା ମୋଠୁ ହାରିବା ପରେ ଓଟିଭିରେ ମତେ ଅପଦସ୍ତ କରି ଚାଲିଛନ୍ତି"

"ନମସ୍କାର........ଗଣମାଧ୍ୟମ  ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି | ଏବଂ ଗଣମାଧ୍ୟମକୁ ମୁ ସବୁ ବେଳେ ସହଯୋଗ କରି ଆସିଛି | କିନ୍ତୁ ଏଇ ଦୁଇ ଦିନ ତଳେ କେନ୍ଦ୍ରାପଡ଼ାର ଓଟିଭି ସମ୍ଭାଦିକଂକୁ ନେଇ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ମତେ ବ୍ୟଥିତ କରିଛି |ଏହା ଉଦ୍ଦେଶ୍ୟମୂଳକ ନଥିଲା କି ମୁ ଏହା ଜାଣିବି ନଥିଲି | ପାଇଁ ମୁ ଦୁଃଖିତ" | କେନ୍ଦ୍ରାପଡା ଓଟିଭି ସାମ୍ବାଦିକ ମନୋଜ ସ୍ବାଇଁଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ ଘଟଣାରେ ଦୁଃଖ ପ୍ରକାଶ କରି ଫେସବୁକରେ ଏକ ଭିଡିଓ ଜାରି କରିଛନ୍ତି କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି | 

ହେଲେ ତାଙ୍କ ଭାବପ୍ରବଣତା ଜନିତ ତ୍ରୁଟିର କାରଣ ବି ପରୋକ୍ଷରେ ସେ ପ୍ରକାଶ କରିଛନ୍ତି ଓ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରାୟ ଦେଢ଼ ଲକ୍ଷରୁ ଉର୍ଧ୍ଵ ଭୋଟରେ ତାଙ୍କ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ | 

ଭିଡ଼ିଓର ଦ୍ଵିତୀୟ ପାର୍ଟ ରେ ସେ କହିଛନ୍ତି " ୨୦୧୯ ମସିହାରେ କେନ୍ଦ୍ରାପଡା ଆସନରୁ ବୈଜୟନ୍ତ ବାବୁ ମୋଠାରୁ ଦେଢ଼ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହାରିବା ପରେ ତାଙ୍କ ପରିବାରର ମାଲିକାନାରେ ଥିବା ଓଟିଭି ଚାନେଲ ମୋ ଚରିତ୍ର ସଂହାର ସହିତ ମତେ ବିରକ୍ତ ଓ ଅପମାନିତ କରିବାରେ ଲାଗିଛି | ବୈଜୟନ୍ତ ବାବୁ....ଏମିତି ନକରିବା ପାଇଁ ମୁ ଆପଣଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛି | ବୈଜୟନ୍ତ ବାବୁ .....କେନ୍ଦ୍ରାପଡା ବାସୀଙ୍କ ସେବା କରିବା ସମୟରେ ଦୟାକରି ମତେ ଅଯଥା ହଇରାଣ କରନ୍ତୁ ନାହିଁ | କେନ୍ଦ୍ରାପଡା ବାସୀଙ୍କ ସେବା ମୁ କରୁଛି , ଆଉ କରି ଚାଲିଥିବି  | ଜୟ ସିଦ୍ଧ ବଳଦେବ ଜୀଉ "|

 

 

0
0
0
s2sdefault