ହେଡଲାଇନସ୍:

ପ୍ରେମ ସମ୍ପର୍କରୁ ଏସିଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ନିକଟରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କକୁ ନେଇ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବକ ଜଣକ ହେଲେ ଆଲୋକ ସାହୁ(୨୨) । ଗତ କାଳି ରାତିରେ ଆଲୋକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା  । ବିଲମ୍ବିତ ରାତିରେ ଆଲୋକଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

      ଆସନ୍ତା ନଭେମ୍ବର ୧୦ ତାରିଖରେ ଲଖନା ଥାନା ମୁଣ୍ଡାପଲା ପଞ୍ଚାୟତ ବଙ୍ଗାମୁଣ୍ଡା ଗାଁର ଯୁବକ ଆଲୋକଙ୍କ ବିବାହ ହେବାକୁ ରହିଥିଲା । ଆଜି ମଧ୍ୟାହ୍ନରେ ଆଲୋକ ଓ ସିନାପାଲି ଗାଁର ତାଙ୍କ ଭିଣେଇ ଅନିଲ ସାହୁଙ୍କ ସହ ବଲାଙ୍ଗୀର ଜିଲ୍ଲା ଲଠୋରକୁ ଭିଡିଓ ସୁଟିଙ୍ଗ ପାଇଁ ଅଗ୍ରୀମ ଦେବାକୁ ଯାଇଥିଲେ । ସେଠାରେ ବନ୍ଦନା ଷ୍ଟୁଡିଓରେ ଭିଡିଓ ସୁଟିଂ ପାଇଁ ଅଗ୍ରୀମ ଦେଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ରାତି ପ୍ରାୟ ୮ଟାରେ ଘରକୁ ଫେରିବା ସମୟରେ ଲଖନା ଓ ବଙ୍ଗାମୁଣ୍ଡା ମଝିରେ ଏକ ପୋଖରୀ ନିକଟରେ ଆଲୋକଙ୍କ ଭିଣେଇ ଅନିଲ ଶୌଚ ଯିବାକୁ କହିଥିଲେ । ସେଠାରେ ଅଟକି ଧାନ ମଣ୍ଡି ନିକଟରେ ଆଲୋକ ବସିଥିବା ବେଳେ ଭିଣେଇ ଅନିଲ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କିଛି ଯୁବକ ଆସି ଅନ୍ଧାର ରାତିରେ ଆଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆଲୋକଙ୍କ ମୁଣ୍ଡରେ ଛୁରି ମାରିବା ସହ ଠେଙ୍ଗାରେ ମାଡ ମାରିଥିଲେ । ପରେ ଦୁବୁର୍ତ୍ତ ମାନେ ଆଲୋକଙ୍କ ମୁଣ୍ଡ ଓ ଦେହରେ ଏସିଡ ଢାଳି ଦେଇଥିଲେ । ଆଲୋକ ଚିକିତ୍ସା  କରିବାରୁ ଭିଣେଇ ଅନିଲ ଦୌଡି ଆସିବାରୁ ଦୁବୁର୍ତ୍ତ ମାନେ ଫେରାର ହୋଇ ଯାଇଥିଲେ । ଆଲୋକଙ୍କୁ ତାଙ୍କ ଭିଣେଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଙ୍ଗମୁଣ୍ଡା ନିଜ ଘରକୁ ନେଇ ଯାଇଥିଲେ । ସେଠାରୁ ତାଙ୍କ ପରିବାର ଲୋକେ ଅନିଲଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଲମ୍ବିତ ରାତିରେ ଆଲୋକଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଲୋକ ଙ୍କ ବୟାନ ଅନୁଯାୟୀ ନୂଆପଡା ପୋଲିସ ୩ ଜଣ ଙ୍କୁ ଥାନାରେ ଅଟକାଇ ପଚରା ଉଚରା ଜାରି ରଖିଛି । ସଦର ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଲଖନା ଆଇଆଇସି ତପନ ଦାସ, ସଦର ଆଇଆଇସି ଆଦିତ୍ୟ ମହାକୁଡା ଚିକିତ୍ସାଳୟରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି ।   

0
0
0
s2sdefault