ହେଡଲାଇନସ୍:

ମାୟାଧର ନାୟକଙ୍କ ‘ଦି ମଦର୍ ଲ୍ୟାଣ୍ଡ୍’ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(ଶାସକ ପ୍ରଶାସକ): ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ କଲକତାରେ ‘ଦି ମଦର୍ ଲ୍ୟାଣ୍ଡ’  ଫିଲମ୍ ପ୍ରଦର୍ଶନ ପାଇଁ ବିଧିବଦ୍ଧ ଭାବେ ମନୋନୀତ ହୋଇଛି । ସମଗ୍ର ବିଶ୍ୱରୁ ବିଭିନ୍ନ ଦେଶର ଫିଲମ୍ ଆସନ୍ତା ୮ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରତିଯୋଗୀତାରେ ଭାଗ ନେବେ । ‘ଦି ମଦର୍ ଲ୍ୟାଣ୍ଡ’ ୧୦ ତାରିଖ ସଂଧ୍ୟା ୫.୧୫ ମିନିଟରେ  ‘ନନ୍ଦନ’ରେ ପ୍ରଦର୍ଶିତ ହେବ । ଏତଦ୍ବ୍ୟତିତ ‘ଦି ମଦର୍ ଲ୍ୟାଣ୍ଡ’ ଇଟାଲୀ, ଜର୍ମାନୀ, ତୁର୍କୀ ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ଆନୁଷ୍ଠାନିକ  ସ୍ୱୀକୃତି ମିଳିଛି । ଅନ୍ୟାନ୍ୟ ଦେଶର ଚଳଚ୍ଚିତ୍ର ଉତ୍ସବକୁ ମଧ୍ୟ ପଠାଯାଇଛି । 

ଆଧୁନିକ ମନୋବିଜ୍ଞାନ ଓ ଅର୍ଥତତ୍ୱର ପ୍ରବର୍ତକ  ଓ ପ୍ରଥିତଯଶା ଲେଖକ, ଶ୍ରମିକନେତା ମାୟାଧର ନାୟକଙ୍କ ପୁସ୍ତକ ‘ଜମି ବିକନା ଭଡାଦିଅ’ ଇଂରାଜୀରେ ‘ଲ୍ୟାଣ୍ଡ୍ ଟୁ-ଲେଟ୍’ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରି ରାଜନୀତିଜ୍ଞ ଓ ଅର୍ଥନୀତିଜ୍ଞ ମାନଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିପାରିଛି । ଦୀର୍ଘ ଉଣେଇଶ ମାସ ଧରି ବଲିଉଡର ଏକ ଟିମ୍ ଜାତୀୟ ଚଳଚ୍ଚିତ୍ର ପୁରଷ୍କାରପ୍ରାପ୍ତ ନିଦେ୍ର୍ଧଶକ ଶିବୁ ପୃଷ୍ଟି ଓଡିଶାର ବିଭିନ୍ନ ସ୍ଥାନରେ ପାଖାପାଖି ନବେ ଘଂଟା ସୁଟିଂ କରିଛନ୍ତି ‘ଲ୍ୟାଣ୍ଡ୍ ଟୁ-ଲେଟ୍’ ତତ୍ୱାଧାରରେ ଫିଲମ୍ ‘ଦି ମଦର୍ ଲ୍ୟାଣ୍ଡ୍’ ।

‘ଦି ମଦର୍ ଲ୍ୟାଣ୍ଡ୍’ ଫିଲମରେ  ଖଟିଖିଆ, ମଜୁରିଆ, ମେହନତୀ ମଣିଷର ସ୍ୱାର୍ଥରକ୍ଷା ପାଇଁ ବିଦ୍ରୋହୀ ଶ୍ରୀ ନାୟକ ସୃଷ୍ଟି କରିଛନ୍ତି ଏକ ନୂତନ ପୃଥିବୀ, ଯେଉଁଠି ଶୋଷଣ ସ୍ୱତଃସ୍ଫୃର୍ତ ଭାବେ ଶୁଖିଯିବ ଏବଂ ନ୍ୟାୟ ଓ ମୀମାଂସା ସୁଲଭ ହୋଇଯିବ । ଏହି ଫିଲ୍ମ ଭାରତ ସରକାରଙ୍କ ସେନ୍ସର ସାର୍ଟିଫିକେଟ୍ ସ୍ୱୀକୃତି ଲାଭକରି ବିଭିନ୍ନ ଦେଶର ଚଳଚ୍ଚିତ୍ର ଉତ୍ସବ ପ୍ରତିଯୋଗୀତାରେ ଭାଗ ନେଇଛି । ‘ଦି ମଦର୍ ଲ୍ୟାଣ୍ଡ୍’ ଫିଲମ୍ ଶ୍ରୀମତୀ ଇନ୍ଦିରା ଦାସ, ଉଡ୍ର ପ୍ରପ୍ରଡକ୍ସନ  ଦ୍ୱାରା ନିର୍ମିତ ହୋଇଛି । ବରିଷ୍ଠ  ସାମ୍ବାଦିକ ପ୍ରୀୟରଞ୍ଜନ କର, ଅଭୟ ପତି, ଚିତରଞ୍ଜନ ସ୍ୱାଇଁ ପ୍ରମୁଖ ଗବେଷଣା କାର୍ଯ୍ୟରେ ସହଯୋଗ କରିଛନ୍ତି । 

0
0
0
s2sdefault