କୁଚିଣ୍ଡା (ଅଜୟ କୁମାର ବାଘ): ଗୁହାରି କରିକରି ଥକି ଯାଇଥିଲେ ମଙ୍ଗୁଲୁ। ହେଲେ ପ୍ରଶାସନ କାନରେ ପଡିନଥିଲା । କିନ୍ତୁ ଛୋଟିଆ ଉଦ୍ୟମ କରିଥିଲା ଶାସକ ପ୍ରଶାସକ । ଆଉ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କରିଥିଲା ହସ୍ତକ୍ଷେପ । ଆଉ କାମ ଦେଲା 5 ଟି । ଏ ଖବର ଉପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ଓ ସମୟୋଚିତ ପଦକ୍ଷେପ ପରେ ଶେଷରେ ଅସହାୟ ମଙ୍ଗୁଲୁ ଙ୍କୁ ସହାୟତା ଯୋଗାଇବା ପାଇଁ କି ଖୋଦ ବ୍ଲଜ ପ୍ରଶାସନ ପହଞ୍ଚିଥିଲା ତାଙ୍କ ଦୁଆରେ । ଭଙ୍ଗା ଘରେ ଅସହାୟ ଭାବେ ଜୀବନ ଅତିବାହିତ କରୁଥିଲେ ମଙ୍ଗଳୁ । ଆଧାର କାର୍ଡ ନଥିବା ହେତୁ ରାସନ୍ କାର୍ଡ ଓ ବିଜୁ ପକ୍କାଘର ଆବାସ ଯୋଜନାରେ ସାମିଲ ନଥିବାରୁ ନିରାଶ ହୋଇ ପଡ଼ିଥିଲେ ମଙ୍ଗଳୁ । ମୁଁ ଜଣେ ୮୨ ବର୍ଷୀୟ ବୃଦ୍ଧ ମୋର ତିନିପୁଅ ଥିଲେ ମଧ୍ୟ ମତେ ତାଙ୍କ ଆଶ୍ରୟରେ ନରଖି ଅଲଗା କରିଦେଇଛନ୍ତି l ମୋ ଦୁଃଖ ଶୁଣିବ କିଏ ବୋଲି ' ଶାସକ ପ୍ରଶାସକ' ପ୍ରତିନିଧିଙ୍କ ଆଗରେ ନିଜର ଦୁଃଖ ପ୍ରକାଶ କରିଥିଲେ l କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ ଗ୍ରାମର ମଙ୍ଗଳୁ ବାଘ ଙ୍କ ଦୟନୀୟ ଜୀବନ ଯାପନ ସମ୍ବନ୍ଧରେ ଶାସକ ପ୍ରଶାସକ ନିୟୁଜ ପୋର୍ଟାଲ୍ ରେ ୦୩/୧୧/୨୦୧୯ ତାରିଖ ରେ ଖବର ପ୍ରକାଶିତ ହେବା ପରେ ଖବରକୁ ପଢ଼ି ସମ୍ବେଦନଶୀଳ ନାଗରିକ ଭାବେ ରାହୁଲ ବାଗ ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ ଯୋଗେ ଜଣାଇ ଥିଲେ l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଡ଼ିଓ -ନିଶିପୁନମ୍ ମିଞ୍ଜ , ଆସିଷ୍ଟାଣ୍ଟ ବିଡ଼ିଓ -ମହାଦେବ ନନ୍ଦ, ବିପିସି - ଦେବାଶିଷ ଦାସ, ବାକ୍ସମା ଗ୍ରାମ ପଞ୍ଚାୟତ ର ଇଓ - ଦୀପକ ପଟେଲ ମଙ୍ଗଳୁ ଙ୍କ ଘରକୁ ଆସି ମଙ୍ଗଳୁ ଙ୍କ ଦୁଃଖ ବିଷୟରେ ବିଡ଼ିଓ ଶ୍ରୀ ମିଞ୍ଜ ନିଜେ ପ୍ରକୃତ ଖବର ପଚାରିଥିଲେ l ତା ପରେ ବିଡ଼ିଓ ନିଜ ଗାଡ଼ିରେ ମଙ୍ଗଳୁ ଙ୍କୁ ବସାଇ ଆଧାର ସେଣ୍ଟର କୁ ନେଇ ପ୍ରଥମେ ମଙ୍ଗଳୁ ଙ୍କ ଆଧାର କାର୍ଡ କରିଥିଲେ l ବିଡ଼ିଓ ଓ ଇଓ ଙ୍କୁ ପଚାରିବାରୁ ମଙ୍ଗଳୁ ବାଘ ଙ୍କ ଆଧାର କାର୍ଡ ହେଲା ପରେ ପ୍ରଥମେ ରାସନ୍ କାର୍ଡ ଓ ବାସଗୃହ ଦିଆଯିବ ବୋଲି କହିଥିଲେ l ଧନ୍ୟବାଦ ଆମ ଖବରକୁ ଟୁଇଟ କରିଥିବା ରାହୁଲ ବାଗଙ୍କୁ, ବିଡ଼ିଓଙ୍କୁ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ତ୍ୱରିତ ପଦକ୍ଷେପ ପାଇଁ ।
ରାଜ୍ୟ
ଶାସକ ପ୍ରଶାସକ ପ୍ରଭାବ, ଆଉ 5 ଟି ଦେଖାଇଲା କମାଲ : ବିଡ଼ିଓ ନିଜେ ଆସି ମଙ୍ଗଳୁଙ୍କ ଦୁଃଖ ବୁଝିଲେ
- Hits: 998