ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ରହିବ ଶୁକ୍ରବାର ଓ ଶନିବାର : ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଜଗତସିଂହପୁର:(ରମେଶ ମହାନ୍ତି):-ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରୁ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାର ସମସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି ।ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଙ୍ଗନବାଡି କର୍ମୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ।ନଭେମ୍ବର ୯ ତାରିଖ ଦ୍ୱିତୀୟ ଶନିବାର ସରକାରୀ ଛୁଟିକୁ ବାତିଲ କରାଯାଇଛି।ଏହିଦିନ ସମସ୍ତ କର୍ଯ୍ୟାଳୟ ଖୋଲାରହିବ।ବିଡିଓ ମାନେ ନିଜ ଅଂଚଳରେ ଆସନ୍ତାକାଲି ତହସିଲଦାର ଓ ଲାଇନ ବିଭାଗ ଅଧିକାରୀଙ୍କ ସହିତ ବୈଠକ କରି ପ୍ଲାନ୍ ଅଫ୍ ଆକ୍ସନ ପ୍ରସ୍ତୁତ କରିବେ।ବ୍ଲକରେ ଥିବା ତଳିଆ ଅଂଚଳ ଚିହ୍ନଟକରି ସମ୍ବେଦନଶୀଳ ଅଂଚଳରୁ ସ୍ଥାନାନ୍ତରଣ କିପରି ହୋଇପାରିବ ଏବଂ ଗର୍ଭବତୀ ମହିଳା,ଭିନ୍ନକ୍ଷମ, ଛୋଟପିଲାଙ୍କୁ ଆସନ୍ତାକାଲି ସୁଦ୍ଧା ଚିହ୍ନଟ କରିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପାରାଦ୍ୱୀପ ମତ୍ସ୍ୟଜୀବୀ ମାନେ ଯେପରି ୦୭.୧୧.୨୦୧୯ ରିଖ ଠାରୁ ସମୂଦ୍ରକୁ ନଯିବା ପାଇଁ ମାଇକ୍ ଦ୍ୱାରା ପ୍ରଚାର କରି ସତର୍କ କରାଇବେ ମତ୍ସ୍ୟ ଅଧିକାରୀ ଓ ନିର୍ବାହୀଅଧିକାରୀ, ପୌରପରିଷଦ।ବିଡିଓ ଓ ତହସିଲଦାର ମାନେ ଡଙ୍ଗା ପ୍ରସ୍ତୁତ କରି ରଖିବେ।ସମସ୍ଥ ପଂଚାୟତର ସରପଂଚ ଓ ବାତ୍ୟା ଆଶ୍ରୟସ୍ଥଳିର ସେକ୍ରେଟାରୀ ମାନେ ବାତ୍ୟା ଆଶ୍ରୟ ସ୍ଥଳର ରୁମ୍, ଟୟଲେଟ୍,ସୁରକ୍ଷା ଉପକରଣ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ସଂଯୋଗ ଅବ୍ୟାହତ ରଖିବା ପାଇଁ ନିର୍ବାହୀଯନ୍ତ୍ରୀ ସେସୁ  ଜଗତସିଂହପୁର ଓ ପାରାଦ୍ୱୀପ ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଆଶ୍ରୟସ୍ଥଳୀ ଓ ଯେଉଁଠାରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ ସେ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀଯନ୍ତ୍ରୀ। ଯଦି ସ୍ଥାନାନ୍ତରଣ କରାଯାଏ ତେବେ ରିଲିଫ୍ କୋର୍ଡ ଅନୂଯାୟୀ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରିବେ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନେ ।ବିଡିଓ ଏବଂ ନିର୍ବାହୀ ଅଧିକାରୀମାନେ ଯେଉଁ ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରିବେ ସେହିସବୁ ବିଦ୍ୟାଳୟର ଚାବି ଜିଲ୍ଲା ଶିକ୍ଷାଅଧିକାରୀ ଓ ଡିପିସି ହସ୍ତାନ୍ତର କରିବେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାଧାରଣରୋଗ, ସାପକାମୁଡା ଔଷଧ ଓ ଜରୁରୀ ବଟିକା ସବୁ ପ୍ରତି ସି.ଏଚ଼.ସି ଏବଂ ପି.ଏଚ଼.ସି ରେ ମହଜୁଦ୍ ରଖିବେ।ଏହାସହିତ ଆମ୍ବୁଲାନ୍ସ ଓ ମୋବାଇଲ ୟୁନିଟ୍ ପ୍ରସ୍ତୁତ କରି ରଖିବେ।ଏଥିସହିତ ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ,ରାସ୍ତା ଓ କୋଠାବାଡି, ଜଳସମ୍ପଦ ଏବଂ ଅଗ୍ନୀଶମ ଅଧିକାରୀମାନେ ସେମାନଙ୍କର ଯନ୍ତ୍ରପାତୀ ପ୍ରସ୍ତୁତକରି ରଖିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସୂଚନା ଜାରି ହୋଇଛି।

0
0
0
s2sdefault