ହେଡଲାଇନସ୍:

 ବଢି ଚାଲିଛି  ଦନ୍ତା ଆତଙ୍କ : ଆକ୍ରମଣରେ ଦୁଇ ମୃତ, ତିନି ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସ ରେଂଜର ଦିପ୍ତିପୁର ସେକସନ ଅଂଚଳରେ ବଣୁଆ ହାତୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଆଜି(ଗୁରୁବାର) ଭୋରରୁ ସାରଙ୍ଗପୁର ଗ୍ରାମର ଦୁଇ ଜଣ ମହିଲା ଏବଂ ଜଣେ ପୁରୁଷ ଆକ୍ରମଣର ଶିକାର ହୋଇଥିବା ବେଳେ ଘନାମାଲ ଗ୍ରାମର ଦୁଇ ଜଣ ବୃଦ୍ଧ ଆକ୍ରମଣର ଶିକାର ହୋଇଥିଲେ । ସମସ୍ତ ଆହତ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଘନାମାଲ ଗ୍ରାମର ଜଣେ ବୃଦ୍ଧ ଦେବାନନ୍ଦ ବେହେରା(୬୨) ଏବଂ ସାରଙ୍ଗପୁର ଗ୍ରାମର ଜଣେ ମହିଲା ଲଲିତା ମେହେର(୪୦)ଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧ ଏବଂ ମହିଲାଙ୍କ ମୃତ୍ୟୁକୁ ନେଇ ଉଭୟ ଗ୍ରାମରେ ଉତେଜନା ପ୍ରକାଶ ପାଇଛି ।

ହାତୀ ଆକ୍ରମଣକୁ ନେଇ ଅଂଚଳବାସୀ ବନ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳାକୁ ଦାୟୀ କରୁଛନ୍ତି । ପ୍ରାପ୍ତସୂଚନାନୂସାରେ ଏକ ହାତୀ ପଳ ସପ୍ତାହବ୍ୟାପି ଟାଳ, ଦୁବୁଲାବାହାଲ, ଧଉରାମୁଣ୍ଡା, ଖଲିଆମୁଣ୍ଡା, ଘନାମାଲ ଆଦି ଗ୍ରାମରେ ଫସଲ ନଷ୍ଟ କରିବା ସହ ଅଙ୍ଗନଦୀର ଆରପଟକୁ ଡେଇଁ ତାଲପାଲି ଅଂଚଳକୁ ଯାଇଥିଲେ । ମାତ୍ର ସେଥିରୁ ଗୋଟିଏ ଦନ୍ତା ହାତୀ ଏକୁଟିଆ ରହିଯାଇଥିଲା । ଗୁରୁବାର ଭୋରରୁ ଘନାମାଲ ଗ୍ରାମର ଦେବାନନ୍ଦ ବେହେରା ଏବଂ ଚର୍ତୁଭୁଜ ସେଠ ପୋଖରିକୁ ଶୌଚ ପାଇଁ ଯାଇଥିବା ବେଳେ ବଣୁଆ ଦନ୍ତା ହାତୀ ଅଚାନକ ଭାବେ ଆକ୍ରମଣ କରିଥିଲା । ଚର୍ତୁଭୁଜକୁ ଶୁଣ୍ଡରେ ଠେଲି ଦେଇଥିବା ବେଳେ ଦେବାନନ୍ଦକୁ ଶୁଣ୍ଡରେ ଧରି କଚାଡି ଦେଇଥିଲା । ଉଭୟଙ୍କୁ ଗ୍ରାମବାସୀ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଦେବାନନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ପଠାଇଥିଲେ । ବୁର୍ଲା ପହଂଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଯାଇଥିଲା । ସେହିପରି ଘନାମାଲ ଗ୍ରାମରୁ ସାରଙ୍ଗପୁର ଗ୍ରାମ ମୁଣ୍ଡଦେଇ ଦନ୍ତାଟି ଯାଉଥିବା ବେଳେ ସେହିରାସ୍ତା ଦେଇ ପୋଖରିକୁ ଆସୁଥିବା ଲଲିତା ମେହେର(୪୦), ଋକ୍ମଣି ମେହେର(୪୫), ଓ ସମାରୁ ବରିହା(୬୦) ହାବୁଡରେ ପଡିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲେ । ସେମାନଙ୍କୁ ମଧ୍ୟ ସାରଙ୍ଗପୁର ଗ୍ରାମବାସୀ ପଦ୍ମପୁର ଡାକ୍ତରଖାନାକୁ ନେଇ ଚିକିତ୍ସିତ କରିଥିବା ବେଳେ ଲଲିତା ମେହେରଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସପ୍ତାହବ୍ୟାପି ହାତୀ ପଳ ଅଂଚଳରେ ଆତଙ୍କ ସୃଷ୍ଟି କରିଚାଲିଥିଲେ ମଧ୍ୟ ବନ କର୍ମଚାରୀ ଠୋସ ପଦକ୍ଷେପ ନ ନେବାରୁ ଦୁଇଟି ଜୀବନ ଅନାୟସରେ ଚାଲିଗଲା ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ରେଂଜର ରାଜେନ୍ଦ୍ର ଏଣ୍ଡଜାଙ୍କୁ ପଚରାଯିବାରୁ ହାତୀ ଆକ୍ରମଣରେ ମୃତକଙ୍କ ପାଇଁ କ୍ଷୋଭ ପ୍ରକାଶ କରିଥିଲେ ।  

 

0
0
0
s2sdefault