ହେଡଲାଇନସ୍:

ସବୁ ରାତି ନୁହେଁ ଚାନ୍ଦିନୀ ରାତି : ରହିଲାନି ଖାକି ବର୍ଦ୍ଦିର ତାତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏସପିଙ୍କ ନିର୍ଦ୍ଦେଶରେ ଶେଷରେ ଗିରଫ ହେଲେ ନିଲମ୍ବିତ ପୁଲିସ ଏଏସଆଇ 

ବାରିପଦା(ଅରବିନ୍ଦ ଦାସ)- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ କୁମାର ବେହେରା ନିଶାଶକ୍ତ ଅବସ୍ଥାରେ କାର ଚଳାଇ ଆସୁଥିବା ସମୟରେ ଉଦଳା ବଜାରରେ ଦୁର୍ଘଟଣା ଘଟାଇ ୨ ଜଣଙ୍କୁ ଆହତ କରିବା ଘଟଣାରେ ଜନସାଧାରଣଙ୍କ ଦ୍ୱାରା ବେଶ ହଟହଟାର ଶିକାର ହୋଇଥିଲେ । ଉକ୍ତ ଘଟଣାରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗତ ସେପ୍ଟେମ୍ବର  ୨୩ରେ କାର୍ଯ୍ୟରୁ ନିଲମ୍ବିତ କରାଇଥିଲେ । ମାତ୍ର କପ୍ତିପଦା ଥାନାରେ ଏଏସଆଇ ଭାବେ କାର୍ଯ୍ୟକରୁଥିବା ସମୟରେ ନିଜର ଖାକି ପୋଷାକ ଓ କ୍ଷମତାର ଅପବ୍ୟବହାର କରିଥିବା ବିଷୟକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗତ ମେ ୧୨ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରି ଘରର ଜନୈକ ମହିଳାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ ଏଏସଆଇ ଶୁଭେନ୍ଦୁ ଓ କେତେକ ପୁଲିସ କର୍ମଚାରୀଙ୍କ ସହ ଷଡ଼ଯନ୍ତ୍ର ରଚି ଉକ୍ତ ପରିବାରର ପରିବାରର ମୁରବୀ, ତାଙ୍କର ବଡ଼ ପୁଅ, ୨ ମହିଳା ସହ ୩ ପିଲାଙ୍କୁ  ମାମଲାରେ ଫସାଇ ଜେଲ ପଠାଇଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ପିଡ଼ିତା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାର ଉଦ୍ୟମ କରିଥିଲେ । ଏଥି ସହିତ ଘଟଣାକୁ ନେଇ ଆରକ୍ଷୀ ଅଧିକ୍ଷକଙ୍କଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାକୁ ନେଇ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ ଏବଂ ତଦନ୍ତରେ ଏଏସଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଥିବାର ପ୍ରମାଣ ମିଳିବା ପରେ ଆଜି ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା  ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରିବା ନିମନ୍ତେ ନିର୍ଦ୍ଦେଶ  ବେଇଥିଲେ । ଶେଷରେ ଏଏସଆଇ ଶୁଭେନ୍ଦୁଙ୍କୁ ପୁଲିସ ନଭେମ୍ବର ୪ରେ ଗିରଫ କରି ଓ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି ନିଲମ୍ବିତ ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ନାମରେ କପ୍ତିପଦା ଥାନାରେ ଗତ ସେପ୍ଟେମ୍ବର ୧୬ରେ କେଶ ନଂ ୧୦୧/୨୦୧୯ ୪୫୭/୩୪୫/୩୪ ଆଇପିସିରେ ମାମଲା ରୁଜୁ କରାଯାଇଥିଲା । 

 

 

 

0
0
0
s2sdefault