ପୁରୀ,୫/୯: ବଡଦାଣ୍ଡରେ ଖୋଲିଛି ଅନେକ ସପିଙ୍ଗମଲ । ଅଧିକାଂଶ ର ପାର୍କିଂ ବ୍ଯବସ୍ଥା ନାହିଁ । ଅଗ୍ନି ନିରାପତ୍ତା ବ୍ଯବସ୍ଥା ନାହିଁ । ବଡଦାଣ୍ଡକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯାଉଛି । ବଡଦାଣ୍ଡ ମଝି ବାଡ ଯୋଗୁ ବାମପାର୍ଶ୍ୱରେ ଗାଡି ଯାଉଛି । ବାମରୁ ଡାହାଣକୁ ବୁଲିବା ପାଇଁ ମଝିରେ ମଝିରେ ଗ୍ଯାପ ରହିଛି । ୧୦ ଦିନ ତଳେ ମାଉସୀମା ସମ୍ମୁଖ ଗ୍ଯାପରେ ଜଣେ ରିକ୍ସା ଚାଳକ ଦୁଇ ଜଣ ପର୍ଯ୍ଯଟକଙ୍କୁ ବସାଇ ଯାଉଥିବା ବେଳେ ଜଣେ ନାବାଳକ ସ୍ପିଡି ବାଇକ ଧକ୍କାରେ ଜଣେ ପର୍ଯ୍ଯଟକ ମୃତ୍ଯୁବରଣ କରିଥିଲେ । ମୃତ ବା କିଲ ହେବା ପରେ ସେହି ସ୍ଥାନ ନିକଟରେ କିଲର ନାମକ ଏକ ଜିନ୍ସ୍ ସୋରୁମ ନୂତନ ଭାବେ ଖୋଲାଯାଇଛି । ସୋରୁମ ଲୋକାର୍ପଣ ଉତ୍ସବରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଯୋଗ ଦେଇଥିଲେ । ଷ୍ଟାରକୁ ଦେଖିବା ପାଇଁ ସୋରୁମ ଆଗରେ ପ୍ରବଳ ଗହଳି ଲାଗିରହିଥିଲା । ଦୀର୍ଘ ୩ ଘଣ୍ଟା ଧରି ବଡଦାଣ୍ଡର ଦୁଇ ପାର୍ଶ୍ବରେ ବାଇକ, ଅଟୋ, କାର ଓ ଦର୍ଶକ ଠିଆହେବା ଯୋଗୁ ବଡଦାଣ୍ଡ ଅବରୋଧ ଅବସ୍ଥା ଦେଖିବାକୁ ମିଳିଥିଲା । ଦୁଇଜଣ ପୁଲିସ କନେଷ୍ଟବଳ ରାସ୍ତାରୁ ଜାମ ହଟାଇବା ପାଇଁ ନାକେଦମ ହୋଇଯାଇଥିଲେ । ଚାରୋଟି ମଟର ସାଇକେଲ ଆରୋହୀଙ୍କ ବାଇକରୁ ପଡି ସାମାନ୍ଯ ଆହତ ହୋଇଥିଲେ । ସୋରୁମ ଖୋଲିବା ପାଇଁ ପୌରସଂସ୍ଥା କିପରି ଅନୁମତି ଦେଉଛି । ଏହା ପଛର ରହସ୍ଯ କଣ ଜନତା ଜାଣିପାରୁନାହାନ୍ତି । ବଡଦାଣ୍ଡରେ ଆନ୍ଦୋଳନକାରୀ ଉଠାଦୋକାନୀ ପ୍ରସନ୍ନ ନାୟକ କୁହନ୍ତି ଆମକୁ ବଡଦାଣ୍ଡରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କିତ ସାମଗ୍ରୀ ବିକ୍ରି ପାଇ ଅନୁମତି ଦେଉନାହାନ୍ତି । ଦୀର୍ଘ ଦିନ ଧରି ପୌରସଂସ୍ଥା ଆମ୍ଭଙ୍କୁ ବସିବା ପାଇଁ ଅନୁମତି ଦେଉନାହିଁ ଅଥଚ ମଲ ଖୋଲିବା ସହ ରାସ୍ତା ଜାମ କରିବାକୁ କିଏ ଅନୁମତି ଦେଉଛି ବୋଲି ପ୍ରଶ୍ନ କରିଥିଲେ । ଆଜି ଶୁକ୍ରବାର ପୂର୍ବାହ୍ନରେ ବଡଦାଣ୍ଡ ସେହି ଅଞ୍ଚଳରେ ଟିଭିଏସ ଏକ୍ସଏଲରେ ଦହିବରା ବିକ୍ରି କରୁଥିବା ବ୍ଯବସାୟିଙ୍କ ବଡଦାଣ୍ଡରେ ଠିଆ ନହେବାକୁ କହି ତାଙ୍କ ଦହିବରା ଢ଼ାଳିବା ସହ ଢାଙ୍କୁଣୀ ଗୁଡିକ ପୌରସଂସ୍ଥା ସ୍କାର୍ଡ ଛଡାଇ ନେଇଯାଇଥିଲେ । ଅଥଚ ସେହି ସ୍ଥାନରେ ବଡ ବଡ ମଲ ଯୋଗୁ ରାସ୍ତାରେ ପାର୍କିଂ କରି ଅବରୋଧ କରୁଥିବା ବେଳେ ଅଧିକାରୀଙ୍କ ପାଟିଖୋଲୁନି । ମାର ମାର ଉଠାଦୋକାନୀଙ୍କୁ ମାର ନୀତିରେ ପୌରସଂସ୍ଥାର ଏକ ସ୍କାର୍ଡ ବ୍ଯାଟେରୀ ଅଟୋରେ ବୁଲି ନାଲି ଆଖି ଦେଖାଉଥିବା ବ୍ଯବସାୟୀ ଅଭିଯୋଗ କରୁଛନ୍ତି ।
ରାଜ୍ୟ
ସପିଙ୍ଗମଲ ଯୋଗୁ ବଡଦାଣ୍ଡ ଜାମ, ୪ ବାଇକ ଆରୋହୀ ଆହତ
- Hits: 36