ପୁରୀ ,୫/୯: ପବିତ୍ର ଗୁରୁଦିବସ ଅବସରରେ ପୁରୀ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ,ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବ ଓ ସମଗ୍ର ଶିକ୍ଷା, ପୁରୀଙ୍କ ଆନୁକୁଲ୍ୟରେ ସଦ୍ଭାବନା ଗୃହ ଠାରେ ଆୟୋଜିତ ହୋଇଯାଇଛି ।ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ରହି ଗୁରୁ ଓ ଗୁରୁ ଦିବସର ମହତ୍ତ୍ବ ବିଷୟରେ ମତପ୍ରକାଶ କରିବା ସହ ଶିକ୍ଷକ ମାନଙ୍କୁ ଜାତି ଓ ଦେଶ ଗଠନର କର୍ଣ୍ଣଧାର ରୂପେ ଅଭିହିତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କ ଜୀବନ ଗଠନ ଓ ମାର୍ଗଦର୍ଶନରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବା ସହ ସେମାନଙ୍କୁ ଯୋଗ୍ୟ ନାଗରିକ ରୂପେ ସମାଜରେ ଦଣ୍ଡାୟମାନ କରାଇଥାନ୍ତି ଓ ଦେଶ ତଥା ଜାତିକୁ ଏକ ମହନୀୟ ମାର୍ଗରେ ଅଗ୍ରସର କରାଇବା ପାଇଁ ସର୍ବଦା ସହାୟକ ହୋଇଥାନ୍ତି ବୋଲି ମତପୋଷଣ କରିଥିଲେ । ଏହି ମହାର୍ଘ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ମାଧ୍ୟମିକ ସ୍ତରୀୟ ୨୧ ଜଣ, ପ୍ରାଥମିକ ସ୍ତରୀୟ ୧୧ ଓଜସ୍ବୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜଣେ ଦକ୍ଷ ସିଆରସିସି ସମୁଦାୟ ୩୩ ଜଣଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ ଓ ଦ୍ବିତୀକାନ୍ତ ପ୍ରଧାନ, ଜିଲ୍ଲା ଶିକ୍ଷକ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ଦେବସ୍ମିତା ମହାପାତ୍ର ଓ ପ୍ରଶିକ୍ଷକ ଅମିୟ ରଞ୍ଜନ ପରିଡ଼ା ଓ ପୁରୀ ଶିକ୍ଷା ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ଉପସ୍ଥିତ ରହି କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। ଶିକ୍ଷୟିତ୍ରୀ, ଅଳକାନନ୍ଦା, ଉତ୍କଳିକା ମିଶ୍ର, ହରପ୍ରିୟା ନନ୍ଦ ଓ ଦୀପିକାରାଣୀ ନନ୍ଦ, ଶିକ୍ଷକ ଦେବଦତ୍ତ ସ୍ବାଇଁ, ପ୍ରଭାତ କୁମାର ଦାଶ, ହିରଣ୍ୟ କୁମାର ସେଠୀ, ସୁନୀଲ କୁମାର ରାଉତ ଉମାକାନ୍ତ ମିଶ୍ର ଓ ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ପାଳିତ
- Hits: 43