ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁରର କିଡ୍ସ ଗୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗୁରୁଦିବସ ଅତ୍ୟାଡମ୍ବର ସହକାରେ ପାଳନ କରାଗଲା।ଏହି କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କରିଥିଲେ।କାର୍ଯ୍ୟକ୍ରମରେ ଗୁରୁଜୀ ଓ ଗୁରୁମାମାନଙ୍କୁ ବୈଦିକ ରୀତିରେ ପୂଜା କରାଗଲା।ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଉପହାର ବଣ୍ଟନ କରାଗଲା।ଗୁରୁ-ଶିଷ୍ୟ ସମ୍ପର୍କକୁ କେନ୍ଦ୍ର କରି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ନୃତ୍ୟ, ସଙ୍ଗୀତ ଓ ନାଟ୍ୟାଭିନୟ ଦ୍ୱାରା ଛାତ୍ରମାନେ ଗୁରୁଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ।
ଅଭିଭାବକମାନେ ମଧ୍ୟ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଶିକ୍ଷକଙ୍କୁ ସମ୍ମାନ ଦେଇଥିଲେ।
ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ତାଙ୍କ ଉଦ୍ବୋଧନରେ ଗୁରୁଙ୍କ ମହତ୍ତ୍ୱକୁ ଉଲ୍ଲେଖ କଲେ।
ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ, ଭକ୍ତି ଓ ଆଦରରେ ପରିପୂର୍ଣ୍ଣ ଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପିଲାମାନଙ୍କ ଦ୍ୱାରା ପରିଚାଳିତ ଗୁରୁଦିବସ ପାଳନକୁ ସ୍ମରଣୀୟ ଅନୁଭବ ବୋଲି କହିଥିଲେ।