ହେଡଲାଇନସ୍:

ଶାସକ ପ୍ରଶାସକ ପ୍ରଭାବ : ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତତ୍କାଳ ଘଟଣାସ୍ଥଳକୁ ନିଜେ ଯାଇ ଜବତ କଲେ 8 ଚୋରା ବାଲି ବୋଝେଇ ଗାଡି

ଗୁଣୁପୁର(ଗୁଣୁପୁର ରୁ ମାଧବ ବିଡିକା) : ଆମେ ଶାସକ ପ୍ରଶାସକରେ ବଂଶଧାରରୁ ବାଲି ଆନ୍ଧ୍ର ଚୋରା ଚାଲାଣ ହେଉଛି ବୋଲି ଆଜି ସକାଳେ ଖବର ପ୍ରକାଶ କରିଥିଲୁ । ବଂଶଧାରା ନଦୀ ରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଘଟଣା ବିଷୟରେ ଆଜି ସକାଳ ୧୦:୩୦ ମିନିଟ ସମୟ ରେ ଶାସକ ପ୍ରଶାସକ ର ଗୁଣୁପୁର ଉପଖଣ୍ଡ ପ୍ରତିନିଧି ଏବଂ ରାୟଗଡ ଜିଲ୍ଲା ପ୍ରତିନିଧି ସିଦ୍ଧାର୍ଥ ଦାଶ ଙ୍କ ପକ୍ଷରୁ ଉପଜିଲ୍ଲାପାଳ ଡ଼ଃ ସିଦ୍ଧେସ୍ୱର ବଳିରାମ ବୋନ୍ଧୋରଙ୍କୁ ଅବଗତ କରି ସୁଚନା ଦିଆଯାଇଥିଲା । ସେତେବେଳେ ଉପଜିଲ୍ଲାପାଳ ଏହାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ସହ ସୁଚନା ପାଇଁ ଧନ୍ୟବାଦ ଜଣାଇଥିଲେ । ଉପଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ରେ ଭୁୟସି ପ୍ରଶଂସା କରାଯାଇଛି । ଖବର ପାଇବା ପରେ ଉପଜିଲ୍ଲାପାଳ ଘଟଣା ସ୍ଥଳ ରେ ଖୋଦ ପହଞ୍ଚି ୮ ଗୋଟି ଗାଡି କୁ ଜବତ କରିଥିବା ବେଳେ ଆଉ ଗୋଟିଏ ଗାଡି OD 20 D 8884 ସେଠାରୁ ଚମ୍ପଟ ମାରିଥିବା ସୁଚନା ମିଳିଛି । ପ୍ରଶାସନର ଏପରି ତତ୍ପରତା ପରିପ୍ରେକ୍ଷୀରେ ଶାସକ ପ୍ରଶାସକ ପରିବାର ପକ୍ଷରୁ ଉପଜିଲ୍ଲାପାଳ: ଡ଼ଃ ସିଦ୍ଧେସ୍ୱର ବଳିରାମ ବୋନ୍ଧୋରଙ୍କ ଏଭଳି ପଦକ୍ଷେପ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

0
0
0
s2sdefault