ହେଡଲାଇନସ୍:

 ମନୋମାଲିନ୍ୟ ସବୁକୁ ଭୁଲି ଅଂଚଳର ଉନ୍ନତିରେ ସାମିଲ ହେବା ପାଇଁ ଆହ୍ୱାନ ଦେଲେ ସୁଶାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ଥ କେଲେଣ୍ଡା ଗ୍ରାମରେ ସାଲେପାଲି ଗ୍ରାମ ପଂଚାୟତର ଅଂଚଳବାସୀ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ଯୁବ ନେତା ସୁଶାନ୍ତ ସିଂଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିର୍ବାଚନରେ ବିଜୟ ପରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମନ୍ତ୍ରୀ ଶ୍ରୀ ସିଂ ସାଲେପାଲି ଗ୍ରାମ ପଂଚାୟତ ଅଂଚଳକୁ ଆସି ପାରି ନ ଥିଲେ । ସୋମବାର ମନ୍ତ୍ରୀ ତାଙ୍କ ଅଂଚଳକୁ ଆସୁଥିବା ଜାଣି ପାରି କେଲେଣ୍ଡା ଗ୍ରାମର ଆବାଳ ବୃଦ୍ଧ ବନୀତା ମନ୍ତ୍ରୀଙ୍କୁ ରାଜ ରାସ୍ତାରୁ ପାଛୋଟି ଆଣି ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  କରିଥିଲେ । ପୂର୍ବତନ ସରପଂଚ ପ୍ରମୋଦ ମାଝୀଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ମନ୍ତ୍ରୀ ଶ୍ରୀ ସିଂ ମୁଖ୍ୟ ଅତିଥି, ପୂର୍ବତନ ସରପଂଚ ଚୈତନ୍ୟ ବେହେରା, ବରିଷ୍ଠ  ବିଜେଡି ନେତା ସନ୍ତୋଷ ମେହେର, ଡା. ଡମ୍ବରୁଧର ଦେବତା, ବିପିନ ବିଶି, ସରପଂଚ ପ୍ରତିନିଧି ଅନନ୍ତ ଭୋଇ, ସମିତିସଭ୍ୟ ପ୍ରତିନିଧି ତେଜରାଜ ବରିହା, ଆନନ୍ଦ ଦିଶ୍ରୀ, ଅଚ୍ୟୁତ ପଧାନ ପ୍ରମୁଖ ସଂଚାସୀନ ଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂ ନିଜର ବକ୍ତବ୍ୟ ମାଧ୍ୟମରେ ଅଂଚଳବାସୀଙ୍କୁ ନିଜ ମନ ଭିତରେ ଥିବା ମନୋମାଲିନ୍ୟ ସବୁକୁ ଭୁଲି ଏକତ୍ରିତ ହୋଇ ଅଂଚଳର ଉନ୍ନତିରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶହେରୁ ଉର୍ଧ୍ଵ ସଂଖ୍ୟକ ଶ୍ରମିକ ପରିଚୟ ପତ୍ର ଶ୍ରମିକ ଭାଇ ଭଉଣୀଙ୍କୁ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ମହେଶ ଭୋଇ, ଭୋଜରାଜ ସାହୁ, ପ୍ରଦୀପ ବେହେରା, ପ୍ରତାପ ପଧାନ, ଅନାଦି ଭୋଇ, ପ୍ରଭାତ ମାଝୀ, ସରୋଜ ବିଶି, ଗୁରୁଦେବ ସାହୁ, ବନମାଲି ସାହୁ, ତ୍ରିଲୋଚନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

      ସେହିପରି ବିଜାପାଲି ଗ୍ରାମରେ ହେମନ୍ତ ଦଳପତୀଙ୍କ ସଭାପତୀତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜାପାଲି ଗ୍ରାମ ପଂଚାୟତ ଅର୍ନ୍ତଗତ ପଣ୍ଡକିପାଲି, ବାନେ୍ଦନବାହାଲ ଓ ବିଜାପାଲି ଗ୍ରାମର ଆବାଳ ବୃଦ୍ଧ ବନୀତା ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସ୍ୱାଗତ କରିବା ସହ ନିଜର ସୁଖ ଦୁଃଖ ଜଣାଇଥିଲେ । ବିଜାପାଲି ସଭାରେ ମଧ୍ୟ ମଧ୍ୟ ଶ୍ରୀ ସିଂ ଅଂଚଳର ସୁଖ ଦଃୁଖରେ ସାଥି ହେବା ପାଇଁ ପ୍ରତିଶୃତି ଦେବା ସହ ଶତାଧିକ ସଂଖ୍ୟାରେ ଶ୍ରମିକ ପରିଚୟ ପତ୍ର ବଂଟନ କରିଥିଲେ । ସଭାରେ ଅନ୍ୟ ମଂଚାସିନ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସନ୍ତୋଷ ମେହେର, ପୂର୍ବତନ ସମିତି ସଭ୍ୟ ସନାତନ ବାରିକ, ପୂର୍ବତନ ସରପଂଚ ସୁଦାମ ସାହୁ, କୃଷ୍ଣ ସାହୁ, ଜୟଲାଲ ଦଲପତୀ, ଅମୁଲ୍ୟ ସାହୁ ଓ ମହିଧର ବାରିକ ପ୍ରମୁଖ ମଂଚାସୀନ ଥିଲେ । ଉଭୟ ସ୍ଥାନର ସ୍ୱାଗତ ସମ୍ବର୍ଦ୍ଧନା ସଭା ବରିଷ୍ଠ  ବିଜେଡି ନେତା ସନ୍ତୋଷ ମେହେରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।      

 

0
0
0
s2sdefault