ହେଡଲାଇନସ୍:

ମେଲଛାମୁଣ୍ଡା ୟୁଜିବିର ହେଲା  ନବ କଳେବର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉକ୍ରଳ ଗ୍ରାମିଣ ବ୍ୟାଙ୍କ ପାତ୍ର କମ୍ପେ୍ଲକ୍ସର ଏକ ନୂତନ କୋଠାକୁ ସୋମବାର ଦିନ ସ୍ଥାନାନ୍ତର ହେବା ସହ ଆଧୁନିକ ଢାଂଚାରେ ସଜ୍ଜିତ ହୋଇ ଗ୍ରାହକ ମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ ମନୋରଂଜନ ମହାଲିକ ଏବଂ କାଷାଧ୍ୟକ୍ଷା ମମତା ଭୋଇଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ଏଥିରେ ବରଗଡ ଜିଲ୍ଳା କ୍ଷେତ୍ର ପରିଚାଳକ ସଦାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଏବଂ ଜିଲ୍ଳା ବ୍ୟାଙ୍କ ପ୍ରଶାସନିକ ଅଧିକାରୀ ନରେଶ ଚନ୍ଦ୍ର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବ୍ୟାଙ୍କ ପ୍ରଶାସନିକ ଅଧିକାରୀ ଶ୍ରୀ ମଲ୍ଳିକଙ୍କ ଉପସ୍ଥିତିରେ ଫିତା କାଟି ବ୍ୟାଙ୍କ କାର୍ଯ୍ୟାଳୟକୁ ଶୁଭାରମ୍ଭ କରିଥିଲେ । ଉଦଘାଟନୀ ସଭାରେ ଅଂଚଳର ଅନେକ ବରିଷ୍ଠ ନାଗରିକ ଓ ଉପଭୋକ୍ତାଗଣ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବ୍ୟାଙ୍କର ଉତରତୋର ବୃଦ୍ଧି କାମନା କରିବା ସହ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବ୍ୟାଙ୍କକୁ ସୁପରିଚାଲନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ମନବୋଧ ପାତ୍ର, ପବିତ୍ର ଆଚାର୍ଯ୍ୟ, ଜଗଦିଶ ନାଏକ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ବ୍ୟାଙ୍କଟି ଖୋଲିବା ଦିନଠୁ ଏକ ପୂରୁଣା କୋଠାରେ ଚାଲିଥିଲା । ଯଦ୍ୱାରା ବ୍ୟାଙ୍କଟି ଅଛି ନା ନାହିଁ ଆଦୌ ଜଣା ପଡୁ ନ ଥିଲା । ଏବେ ନୂତନ କୋଠାକୁ ସ୍ଥାନନ୍ତର ହେବା ଦ୍ୱାରା ବ୍ୟାଙ୍କର ନବ କଲେବର ହେଲା ବୋଲିି ଅଂଚଲ ବାସୀ ଅନୁଭବ କରୁଛନ୍ତି ।   

 

0
0
0
s2sdefault