ହେଡଲାଇନସ୍:

ପୁଣି ଉଠିଲା ତରଣୀସେନ ମୃତ୍ୟୁ ପ୍ରସଙ୍ଗ : ସିବିଆଇ ତଦନ୍ତ ଦାବି ସହ କ୍ଷତିପୂରଣ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Padmapur : ବିଜେପୁର ଉପ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘଟିଥିବା ତରଣୀସେନ ହତ୍ୟାକାଣ୍ଡ  ମାମଲା ପୁଣି ଉଠିଛି । ଉକ୍ତ ଘଟଣାରେ ପୋଲିସ ଅଭିଯୁକ୍ତ ବୋଲି କୁହାଯାଉଥିବା କିଛି ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏଥିରେ ସନ୍ତୋଷ ବ୍ୟକ୍ତ କରିନାହାନ୍ତି ରାଜବୋଡ଼ାସମ୍ବର ବ୍ଲକ ସ୍ଵଛ ଭାରତ ମିଶନ ପ୍ରବର୍ତ୍ତକ ବୃନ୍ଦ । ସେମାନେ ଅଭିଯୋଗ କରିଛନ୍ତି ଯେ ତରଣୀ ସେନ ପୂର୍ବରୁ ରାଜବୋଡ଼ାସମ୍ବର ବ୍ଲକରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟରେ ସ୍ୱଚ୍ଛତା ରହିଥିଲା । ତେଣୁ ତାଙ୍କ ମୃତ୍ୟୁ ସେମାନଙ୍କୁ ବ୍ୟଥିତ କରିଛି   । ତେଣୁ ବିଜେପୁର ଜଳପରିମଲ ବିଭାଗର ବ୍ଲକ ସଂଯୋଜକ ତରଣୀ ସେନ ମହଲା ଙ୍କ ହତ୍ୟା ଘଟଣା CBI ତଦନ୍ତ ହେଉ ବୋଲି ରାଜବୋଡ଼ାସମ୍ବର ବ୍ଲକ ସ୍ୱଚ୍ଛ ଭାରତ ମିଶନ ପ୍ରବର୍ତକ ବୃନ୍ଦ ଉପଜିଲ୍ଲାପାଳ କୁ ଲିଖିତ ଆକାରରରେ ଜଣାଇଛନ୍ତି । ସେମାନେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବଡ ଭାଇଙ୍କ ମୃତ୍ୟୁ ପରେ ତରଣୀ ସେନଙ୍କ ଉପରେ ଦୁଇଟି ପରିବାର ଭରଣ ପୋଷଣ ଦାୟିତ୍ୱ ଥିଲା । ତେଣୁ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ରାଜବୋଡ଼ାସମ୍ବର ବ୍ଲକ ସ୍ୱଚ୍ଛ ଭାରତ ମିଶନ ପ୍ରବର୍ତକ ବୃନ୍ଦ ।

0
0
0
s2sdefault