ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ଦୟାନନ୍ଦ ପାଢ଼ୀଙ୍କ ଆଜି ସନ୍ଧ୍ୟା ୭ଟା ସମୟରେ କଲେଜରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଛି। ଶ୍ରୀ ପାଢୀ ଜଣେ ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତି ଥିଲେ ।ତାଙ୍କ ମୄତ୍ୟୁର ଖବର ପାଇବା ପରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ତାଙ୍କ ଅନ୍ତେ ସ୍ତ୍ରୀ, ପୁଅ ପିଣ୍ଟୁ ପାଢୀ,ବୋହୁ, ଝିଅ ଓ ଜ୍ବାଇ ଅଛନ୍ତି । ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଅନେକ ବିଶିଷ୍ଟ ବ୍ୟକ୍ତି,ଆଇନଜୀବୀ ମାନେ ପହଞ୍ଚିଛନ୍ତି । ତାଙ୍କ ବିୟୋଗରେ ପଦ୍ମପୁର ଆଇନଜୀବୀ ସଙ୍ଘ ତରଫରୁ ବରିଷ୍ଠ ଆଇନଜୀବୀ ଗୌନ୍ତିଆ ସାହୁ, ଅଜିତ ଶତପଥି, ଶାନ୍ତନୁ ତ୍ରିପାଠୀ, ଆନନ୍ଦ ପଣ୍ଡା, କିଶୋର ମେହେର, ରାଧାବଲ୍ଲଭ ପାଣିଗ୍ରାହୀ, ସନ୍ତୋଷ ଶତପଥି,ରାମରତନ ପୁରୋହିତ, ଯୋଗେନ୍ଦ୍ର ଭୋଇ,ପ୍ରଶାନ୍ତ ମାଝୀ,ହରି ସିଂ, ଶୁସାନ୍ତ ରଥ, ଚିନ୍ମୟ ପଣ୍ଡା ତଥା ଅନ୍ୟାନ୍ୟ ଆଇନଜୀବୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଜ୍ୟ
ବରିଷ୍ଠ ଆଡ଼ଭୋକେଟ ଦୟାନନ୍ଦ ପାଢ଼ୀଙ୍କ ଦେହାନ୍ତ
- Hits: 1180
