ହେଡଲାଇନସ୍:

ବାଟ ହୁଡ଼ିଛି ବିକାଶ, ହାତ ଛାଡ଼ିଛି ପ୍ରଶାସନ : ମୌଳିକ ସୁବିଧା ସାତ ସପନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗୌତମପୁର,ବୁରଘାଟ ଓ ଘୋଡାଗାଡି ଗ୍ରାମବାସୀ କଣ ସରକାରଙ୍କ ସାବତ ସନ୍ତାନ !!

ଦାବି ପ୍ରତି ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅନୁରୋଧ 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଫେଲ ମାରିଛି ଆମଗାଁ, ଆମ ବିକାଶ ଯୋଜନା, ରାଜ୍ୟସରକାରଙ୍କର ଯୋଜନା ଆଉ କେତେଦୂର?  ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛି ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତର ଗୌତମପୁର,ବୁରଘାଟ ଓ କନ୍ଧପଡ଼ା ପଞ୍ଚାୟତ ଘୋଡାଗାଡି ଗ୍ରାମର ଜନସାଧାରଣଙ୍କ ଭିତରେ I ଆଠମଲ୍ଲିକ-କିଆକଟା ପୂର୍ତ୍ତରାସ୍ତାର ଗୌତମପୁର ଛକଠାରୁ ପ୍ରାୟ ୫କି.ମି ହେବ ବୁରଘାଟ ଏବଂ ଘୋଡାଗାଡି ଗ୍ରାମକୁ I ଘଞ୍ଚ ଜଙ୍ଗଲି ରାସ୍ତା ଦେଇ ଗତିକରୁଛନ୍ତି ଏହି ଗ୍ରାମର ଜନସାଧାରଣ I ଦିନ ଦ୍ବିପହରେ  ହାତୀ ହାବୁଡ଼ରେ ପାଉଛନ୍ତି ଲୋକେ I ସେହିପରି ଘୋଡାଗାଡି ଗ୍ରାମରେ ପୁରାତନ ଶୈବପୀଠ ରହିଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ତାହା ଲୋକଲୋଚନକୁ ଆସିପାରିନାହିଁ କି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରି ନାହିଁ I ସେହିପରି ଗ୍ରାମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାବ୍ୟବସ୍ଥା ରହିଥିବା ବେଳେ ଆଶାଦିଦି ମଧ୍ୟ୍ୟ ନାହାନ୍ତି I ନିକଟବର୍ତ୍ତୀ ଗାଁ ଭୋଇପଡାର ଆଶାକର୍ମୀ କଲ୍ୟାଣୀ ମେହେର ଏଠାକାର କାମ କରିଥାନ୍ତି I ଦୀର୍ଘଦିନ ଧରି ସରକାରଙ୍କୁ ଗୁହାରି କରି ଆସୁଥିବା ଏହି ଅଂଚଳବାସୀ ଏବେ ସରକାରଙ୍କ ଉପରୁ ଆସ୍ଥା ଓ ଭରଷା ତୁଟେଇବାକୁ ବସିଲେଣି I ତିନି ଗ୍ରାମ ଗୌତମପୁର, ବୁରଘାଟ ଓ ଘୋଡାଗାଡିର ଘରସଂଖ୍ୟା ପ୍ରାୟ ୨୦୦ରୁ ଉର୍ଦ୍ଧ ହେବ ଏବଂ ଜନ ସଂଖ୍ୟା ପ୍ରାୟ ୧୮୦୦ ହେବ I   ବର୍ଷସାରା ଖରାମାସରେ କେବଳ  ଯିବାଆସିବା ପାଇଁ ଏହି ଗାଁ ଗୁଡିକୁ ସୁବିଧା ହେଉଥିବା ବେଳେ ଅନ୍ୟ ମାସଗୁଡିକ ବହୁ ଅସୁବିଧା ଦେଇ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଅଧିବାସୀ I ମେଡିକାଲ ଯିବାକୁ ହେଲେ ୧୫କି.ମି ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡିଥାଏ I ବେଳେବେଳେ ଆମ୍ବୁଲାନ୍ସ ମଧ୍ୟ୍ୟ ଏହି ଗାଁ ଗୁଡିକୁ ଆସିପାରେ ନାହଁ କୌଣସି ଦେହ ଖରାପ ହେଲେ ଆମ୍ବୁଲାନ୍ସ ଯିବା ଆସିବାରେ ବହୁ ଅସୁବିଧା ହେଇଥିବାରୁ ରୋଗୀ ତଥା ଗର୍ଭବତୀ ମହିଳାଙ୍କ ଜୀବନ ବିପଦ ମୁଖରେ ପଡୁଛି I ଏହା ଛଡା ଏହି ଗ୍ରାମ ଗୁଡିକରେ ପାନୀୟ ଜଳର ସମସ୍ୟା ଦେଖାଦେଇଥାଏ I ଫଳରେ ନଦୀ, କୂଅ ପାଣି ପିଇ ଲୋକମାନେ ବହୁ ରୋଗର ଶୀକାର ହେଉଥିବାର ଗ୍ରାମବାସୀ କୁହନ୍ତି I ଗଣମାଧ୍ୟମ ଜରିଆରେ ଗ୍ରାମର କପିଳେଶ୍ଵର ରଣା, ପବିତ୍ର ପ୍ରଧାନ, ବାବୁଲି ବାଘ,ପୂର୍ଣ୍ଣ ବାଘ, ସୁଦର୍ଶନ ବାଘ, ସୁବାସିନି ସେଠି, ଆରତୀ ବାଘ, ନାରାୟଣ ମହାଖୁଡ, ମହିମା ସାଗର ଦନ୍ତା ଆଦି ଗ୍ରାମବାସୀ ମାନନୀୟ ବିଧାୟକଙ୍କୁ ଦାବି ଜଣାଇବା ସହିତ ଆଗାମୀ ଦିନରେ ଯଦି ରାସ୍ତାକାମ କରାନଯାଏ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି | 

0
0
0
s2sdefault