ହେଡଲାଇନସ୍:

ମାସିକ ସାହିତ୍ୟ ପତ୍ରିକା  "ଶୁଭ ସକାଳ"  ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଠାରେ ଭାଗିରଥି ପାଢ଼ୀ ସ୍ମୃତି କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାମୟିକ ପତ୍ରିକା "ଶୁଭ ସକାଳ" ଉନ୍ମୋଚିତ ହୋଇ ଯାଇଛି  । 

   ଭକ୍ତି ସଙ୍ଗୀତ ସଂସଦ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଭାଗବତ ପାଢ଼ୀଙ୍କ ସଭାପତିତ୍ୱରେ ବିଶିଷ୍ଠ ଲେଖିକା ଅଶାଲତା ପାଣିଗ୍ରାହୀ ଏବଂ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ ପାରଳାଖେମୁଣ୍ଡି ଭଳି ଦ୍ଵି-ଭାଷାଭାଷୀ  ଅଞ୍ଚଳରେ ଓଡ଼ିଆ ସାହିତ୍ୟର ଉନ୍ନତି ଦିଗରେ ପ୍ରୋତ୍ସାହନ ଦେବାପାଇଁ ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ ।  

ଏହି କାର୍ଯ୍ୟକ୍ରମରେ " ଶୁଭ ସକାଳ" ପତ୍ରିକାର ସମ୍ପାଦକ  ବାବାଜୀ ଚରଣ ବେହେରା ,ସହ-ସମ୍ପାଦକ  ରାଜେନ୍ଦ୍ର ରଥ ,  କୋଷାଧ୍ୟକ୍ଷ ଆଶିଷ କୁମାର ରାଜୁ ଓ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମେତ  ଡାକ୍ତର ମୁର୍ମୁ , ବବିତା ପୁରୋହିତ , ରାମଚନ୍ଦ୍ର ମିଶ୍ର ,  ସ୍ନିଗ୍ଧା  ମିଶ୍ର , ଇତିଶ୍ରୀ ମହାପାତ୍ର, ନିତ୍ୟାନନ୍ଦ ଚୌଧୁରୀ , ଶଶୀ ଭୂଷଣ ପଟ୍ଟନାୟକ, ସଚ୍ଚିଦା ନନ୍ଦ ସାମଲ ପ୍ରମୁଖଙ୍କ ସମେତ ପାରଳାଖେମୁଣ୍ଡି ସହରର ବହୁ ସଂଖ୍ୟାରେ ଲେଖକ-ଲେଖିକା  ମାନେ ଯୋଗ ଦେଇଥିଲେ ।ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault