ହେଡଲାଇନସ୍:

ଭଙ୍ଗା କୁଡ଼ିଆରେ କଟୁଛି ଜୀବନ : ତେବେ କାହିଁକି ଏ ଯୋଜନା, କାହାପାଇଁ ପ୍ରଶାସନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ: ସରକାର ଯୋଜନା ପରେ ଯୋଜନା କରି ଚାଲିଥିବା ବେଳେ ଅନେକ କ୍ଷେତ୍ରରେ  ଏହାର ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛିକି ନାହିଁ ସେକଥା ଦେଖିବାକୁ କାହାରି ପାଖରେ ସମୟ ନାହିଁ । ସରକାରଙ୍କ ଏକ ଜନହିତକାରୀ ଯୋଜନା ହେଉଛି ‘ଆବାସ ଯୋଜନା’ ଏହି ଯୋଜନା ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ । ସରକାର ମଧ୍ୟ ଚାହାନ୍ତି ଯେ, ସମସ୍ତ ଗରିବ ଓ ମାଟିଘର ଥିବା ଲୋକଙ୍କ ପାଖକୁ ଏହି ଯୋଜନା ପହଞ୍ଚୁ । ଏଥିପାଇଁ ପଲ୍ଲୀସଭା, ଗ୍ରାମସଭା ସହ ଅନେକ ମାଧ୍ୟମର ରୂପରେଖ ଦେଇଛି ପଞ୍ଚାୟତରାଜ ବିଭାବ । ଉପର ସ୍ଥରରେ ବ୍ୟବସ୍ଥା ଉତ୍ତମ ରହିଥିବା ବେଳେ ତଳ ସ୍ଥରରେ କେଉଁଠି କେମିତି ତୃଟି ରହୁଛି କେଜାଣି ଅନେକ ଅସହାୟ ପରିବାର ପାଖରେ ପହଞ୍ଚିପାରୁନାହିଁ ଏହି ଯୋଜନା । ଘରବିନା ଦୂର୍ଦିନରେ ବିତୁଛି ଅନେକ ପରିବାରର ଜୀବନ । 

ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ଧର୍ମଗଡ଼ ବ୍ଲକର କିର୍କାକାନୀ ଗାଁରେ ।  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିର୍କାକାନୀ ଗ୍ରାମର ବିଧବା ବସନ୍ତି ରାଉତ ଦିର୍ଘ ୧୦ବର୍ଷ ହେବ  ୧୩ ବର୍ଷ ର ଝିଅ ସହିତ ପଲିଥିନ ଘୋଡା ଏକ ମାଟି କୁଡିଆରେ ବିପଦଶଙ୍କୁଳ ଅବସ୍ଥାରେ ରହିଆସୁଛନ୍ତି । ହେଲେ ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଅଫିସରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ବସନ୍ତି । ବର୍ତ୍ତମାନ ସେ ପଲିଥିନ ଦେଇ ଝାଟି କୁଟିଆ ଘରେ ବସବାସ କରୁଛନ୍ତି ୧୦ ବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏହି ପରିବାରକୁ କାହାରି ନଜର ପଡିନାହିଁ ।ସୁଚନା ଅନୁସାରେ ଗତ୫ ବର୍ଷ ତଳେ ତାଙ୍କ ଘର ଭାଙ୍ଗି ଯିବାରୁ ସୋଭାଗ୍ୟ ବସତଃ ପରିବାର ବର୍ଗ ଏଥିରୁ ବର୍ତ୍ତିଯାଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରଶାସନର ନଜର ପଡିନାହିଁ । ଏଭଲି ପରିସ୍ଥିତିରେ ବସନ୍ତି ରାଉତ ଓ ଝିଅ ଦିବ୍ୟନି ରାଉତ କୁ ଧରି ଝାଟି କୁଡ଼ିଆ ଘରେ ବସବାସ ଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇଁ ଚାହିଁରହିଛନ୍ତି |

 

0
0
0
s2sdefault