ହେଡଲାଇନସ୍:

ଗାଧୋଇବାକୁ ଯାଇ ଆଉ ଫେରିଲାନି ଅଙ୍ଗଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଳିଆରୀ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା |ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଅଙ୍ଗଦ ବାଗଙ୍କ ଏକ ମାତ୍ର  ୧୨ବୟସର ପୁତ୍ର  ଯୋଗେନ୍ଦ୍ର ବାଗ ସ୍କୁଲ ଯିବା ପୂର୍ବରୁ ନିକଟସ୍ଥ କେନାଲକୁ ଗାଧେଇବା ପାଇଁ ଯାଇଥିଲେ |  କିନ୍ତୁ ଘରକୁ ଆଉ ଫେରି ନ ଥିଲେ | ଘର ଲୋକ ପୁଅ ଫେରିବା ବିଳମ୍ବ  ହେବାରୁ  ଖୋଜାଖୋଜି କରି ପାଇନଥିଲେ | ପୁତ୍ରକୁ ନପାଇ ବାପା  ନିକଟସ୍ଥ କେନାଳକୁ  ଯାଇଥିଲେ ଖୋଜିବା ପାଇଁ ସେଠାରେ ପୁଅ ପାଣିରେ ଭାସି ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ | ଗୋଟିଏ ମାତ୍ର ପୁଅ କୁ ହରାଇ ବାପା ମାଁ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି |

0
0
0
s2sdefault