ହେଡଲାଇନସ୍:

ରାଜ୍ୟ ଜାତି ଓ ଜନଜାତି ମନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆଜି  ମଙ୍ଗଳ ବିଭାଗ ଅଧିନସ୍ଥ ଆଶ୍ରମ ବିଦ୍ୟାଳୟ ଗୁଡିକର ପରିଦର୍ଶନରେ ଯାଇଥିଲେ ।

    ଗତକାଲି ଗୁମ୍ମା ବ୍ଲକ ବଡ଼-କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମ ନିକଟସ୍ଥ ମୁଞ୍ଜଲୀନ ପାହାଡ଼ ଲଗାଣ ବର୍ଷାରେ ମାଟି ଅତଡ଼ା ଧସି ୨୧ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି । ଏଥିରେ ୨୧ ଟି ପରିବାରର ଅନେକେ ବିପନ୍ନ ହୋଇ ପଡିଛନ୍ତି  । ସେହି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ ସାରକା ଘଟଣା ସ୍ଥଳକୁ ପରିଦର୍ଶନରେ ଯାଇଥିଲେ । ସେଠାରୁ  ଫେରିବା ବାଟରେ  ମନ୍ତ୍ରୀ ସାରକା ବଡ-କଳାକୋଟ ସ୍ଥିତ ଆଶ୍ରମ ବିଦ୍ୟାଳୟ କେସିପୁର ସ୍ଥିତ କନ୍ୟାଶ୍ରମ ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ପୁଣ୍ୟପୀଠ ପ୍ରଭୃତି ପରିଦର୍ଶନରେ ଯାଇଥିଲେ ।   

     ବଡ଼ କଳାକୋଟ ଓ କେସିପୁର ସ୍ଥିତ ଆଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ପରିଦର୍ଶନ ସମୟରେ ପିଲାମାନଙ୍କୁ ରହିବା , ଖାଇବା ଓ ପାଠ ପଢିବା ପ୍ରଭୃତି ଉପରେ କିଭଳି ବ୍ୟବସ୍ଥା କରାଯାଉଛି  ତାହା ପଚାରି ବୁଝିଥିଲେ । ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ପଚାରି ବୁଝିଥିଲେ । 

     ଶେଷରେ ମନ୍ତ୍ରୀ ସାରକାଙ୍କ ସମେତ ସାଂସଦ ଚନ୍ଦ୍ର ଶେଖର ସାହୁ , ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ  ସୁଧୀର କୁମାର ଦାସ , ଜିଲ୍ଲାପାଳ ଅନୁପମ ଶାହା ,  ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ସାରା ଶର୍ମା ପ୍ରମୁଖ ବଡ଼- କଳାକୋଟ ସ୍ଥିତ  ଆଶ୍ରମ ବିଦ୍ୟାଳୟ ଠାରେ ମଧ୍ୟାହ୍ନ-ଭୋଜନରେ ସାମିଲ ହୋଇଥିଲେ।

0
0
0
s2sdefault