ହେଡଲାଇନସ୍:

 ଉପଖଣ୍ଡସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କାରଣ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ଏଏସି କଲ୍ୟାଣ ମଣ୍ଡପ ରେ ଉପଖଣ୍ଡ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଟିତ ହୋଇଯାଇଛି I ଶିବିରରେ ରେଢାଖୋଲ ପଞ୍ଚାୟତ  ସମିତି ,ନାକଟିଦେଉଳ ପଞ୍ଚାୟତ ସମିତି ଓ ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ I ଶିବିରରେ ୪୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଇଛି I ଅସ୍ଥି ଶଲ୍ୟ ବିଭାଗ ରେ ୪୦ ,ମାନସିକ ଅନଗ୍ରସର ବିଭାଗରେ ୫,ସିକିଲ ସେଲ ବିଭାଗରେ ୧୪, ଚକ୍ଷୁ ବିଭାଗର ୯ ଓ ଶ୍ରବଣ ବିଭାଗରେ ୧୨ ଜଣ ପରୀକ୍ଷା କରାଇଥିଲେ I ଶିବିରରେ ମେଡ଼ିସିନ ବିଭାଗର ଡା ସିନା ରାଏ ,ମାନସିକ ରୋଗ ଡା ସୁଲତା ପତି ,ଚକ୍ଷୁ ଡା ସୁକାନ୍ତ ପାନିଗ୍ରାହୀ ,ଓ ଅସ୍ଥିଶଲ୍ୟ ବିଭାଗ ଡା ପ୍ରଦୀପ ଦାସ ପରୀକ୍ଷା କରିଥିଲେ I ରେଢାଖୋଲ ଏସଡିଏମଓ  ଡା  ବିପିନ ବିହାରୀ ସାହୁ , ବିଡିଓ ପରୀକ୍ଷିତ ସାହୁ ,ପଞ୍ଚାନନ ବେହେରା ଯୋଗ ଦେଇଥିଲେ I

0
0
0
s2sdefault