ହେଡଲାଇନସ୍:

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ “ସୁରଭି” 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ମହାସମାରୋହରେ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଧ୍ୟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକନ୍ଦ ସାହୁଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଘେଁସ ହାଇସ୍କଲ ପ୍ରଧାନ ଶିକ୍ଷକ କେଶବ ସାହୁ ମୁଖ୍ୟ ଅତିଥି, ନନ୍ଦଲାଲ ମହାନ୍ତି, ପ୍ରଫୁଲ୍ଳ ଦାସ, ସ୍ଥାନୀୟ ସରପଂଚ ସୁନିତା ବରିହା, ସିଆରସିସି ସଂଜିବ ବାରିକ, ସ୍କୁଲ ପରିଚାଲନା କମିଟି ସଭାପତୀ ରମେଶ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ଯଦୁମଣି ସୁନା ଅତିଥି ପରିଚୟ କରିଥିବା ବେଳେ ଖେଳ ଶିକ୍ଷକ ସଂଜିବ ନାୟକ ମଂଚ ପରିଚାଲନା ଏବଂ ସିଆରସିସି ଶ୍ରୀ ବାରିକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ଜରିଆରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା, ସୃଜନଲିଖନ, ଚିତ୍ରଙ୍କନ, କୁଇଜ, ସଙ୍ଗୀତ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ପ୍ରତିଯୋଗିତାରେ କ୍ଳଷ୍ଟର ଅଧିନସ୍ଥ ୧୨ଟି ବିଦ୍ୟାଲୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଗୃପ ଡେନ୍ସ ବରିଷ୍ଠ ରେ ସ୍ମୃତିଶିଖା ଏବଂ ଗୃପ (ମେଲଛାମୁଣ୍ଡା ହାଇସ୍କୁଲ), କନିଷ୍ଠରେ  ମିତା ଏବଂ ଗୃପ, ଶୃତଲିଖନ କନିଷ୍ଠରେ ସସ୍ମିତା କଲେତ (ଟାଲ ୟୁପି), ଉପ-କନିଷ୍ଠରେ ଦୁଷ୍ମନ୍ତ ଖମାରୀ (ଝୁନୁଙ୍ଗାପାଲି ପ୍ରା.), ସଂଗୀତ ବରିଷ୍ଠରେ ତୁଲସି ବରିହା (ମେଲଛାମୁଣ୍ଡା ହାଇସ୍କୁଲ), କନିଷ୍ଠରେ ଜେମିନି ସୁନା (ଝୁନୁଙ୍ଗାପାଲି ପ୍ରା.) ଓ ସଂଗୀତରେ ଲୋକେଶ କୁମ୍ଭାର (ତେଲମହୁଲ ୟୁପି), ଚିତ୍ରାଙ୍କନ ବରିଷ୍ଠ ରେ ପୁଜା ବାରିକ (ତେଲମହୁଲ ୟୁପି), କନିଷ୍ଠରେ ସୁମନ ସରିତା ସାହାଣି (ଟାଳ ୟୁପି), ଚିତ୍ରାଙ୍କନ  ପିଏଚରେ ନବଘନ ସେଠ (ଦୁବୁଲାବାହାଲ ୟୁପି), କୁଇଜ ବରିଷ୍ଠରେ  ଅଙ୍କିତ ବିଶ୍ୱାଲ (ମେଲଛାମୁଣ୍ଡା ହାଇସ୍କୁଲ), କନିଷ୍ଠରେ ରଶ୍ମି ସାହୁ (ପଣ୍ଡରିପାଣି ୟୁପି), ସୃଜନାତ୍ମକ ଲିଖନ ବରିଷ୍ଠରେ ପ୍ରାଚୀମୟୀ କଲେତ (ମେଲଛାମୁଣ୍ଡା ହାଇସ୍କୁଲ), କନିଷ୍ଠରେ ଜ୍ୟୋର୍ତିମୟୀ ଅମରୀ (କୁର୍ଲୁବାହାଲ ପ୍ରା.), ବିତର୍କରେ ମନିଷା ବାରିକ (ମେଲଛାମୁଣ୍ଡା ହାଇସ୍କୁଲ) ଓ ରଚନା ବିଭାଗରେ ଶୁଭଦର୍ଶିନୀ ନାୟକ (ମେଲଛାମୁଣ୍ଡା ହାଇସ୍କୁଲ) ପ୍ରମୁଖ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ବ୍ଳକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଆମନ୍ତ୍ରୀତ ଅତିଥିଗଣ ସମସ୍ତ ବିଭାଗରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଚଣ୍ଡିପ୍ରସାଦ, ଆନନ୍ଦ, ବିଶ୍ୱଜିତ, ଶ୍ରୀବତ୍ସ, ଅମିୟ, ବିଶ୍ୱନାଥ, ଭରତ, ରବିନ୍ଦ୍ର, ଧନରାଜ, ସନାତନ, ଅରୁଣ, ମନ୍ଦାକିନି, କାମାକ୍ଷୀ, ମମତା, ସ୍ମୃତିଛନ୍ଦା, ଜିତେନ, ସୁକୃତା, ରଙ୍ଗଲତା, ନରେନ୍ଦ୍ର, ସତ୍ୟଭାମା, କୁନ୍ତଲା, ତନୁଜା ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ମକୁନ୍ଦ ବାରିକ, ପ୍ରକାଶ ବରିହା, ରମେଶ ସାହୁ, ବନମାଲି ବନଛୋର, ନାଗାରାଜ କଅଁର ପ୍ରମୁଖ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁର୍ଯ୍ୟନାରାୟଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋମୁଗ୍ଧକର ହୋଇଥିଲା । ପ୍ରକାଶ ଯୋଗ୍ୟ ଗୁରବାର ସକାଳେ ସୁରଭି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଂଚ ଶ୍ରୀମତୀ ବରିହା ମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ ।

 

0
0
0
s2sdefault