ହେଡଲାଇନସ୍:

ବାଇକ ଦୃର୍ଘଟଣାରେ ୧ ମୃତ,୨  ଗୁରୁତର 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ:  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ  ତ୍ରିବଣପୁର-ଅମ୍ବଝରି ରାସ୍ତା ମଧ୍ୟରେ ବାଇକ ଦୃଘଟଣା I ଜଣେ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି I ଗୁରୁତର ମାନେ ହେଲେ ଭୁବନ ନାଏକ , ଗୁରୁଦେବ ନାଏକ I ସେମାନଙ୍କୁ ରେଢାଖୋଲ ମେଡିକାଲ  ରୁ ବୁର୍ଲାକୁ ମେଡିକାଲ  ପଠାଯାଇଛି I ସୂଚନା ଯୋଗ୍ୟ ଯେ ,ସେମାନେ ୩ ଜଣ ଗତ କଲି  ରାତି ପ୍ରାୟ ୧୦ ଟାରେ ତ୍ରିବଣପୁର ରାସ୍ତାରେ ଅମ୍ବଝରି ଗାଁ କୁ ଆସୁଥିଲେ I ବାଟରେ ବୁଲାଣିଆ ରାସ୍ତା ରେ ଏକ ହାତୀ ଦେଖିବାରୁ ସେ ମାନେ ଭୟଭୀତ ରେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସିପଡିଥିଲେ I ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି I ମୃତକ ଜଣକ ହେଲେ ଲମ୍ବଦର ଭୋଇ ତାଙ୍କ ଗ୍ରାମ ସୋନପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଠାକୁର ପୁର ଗାଁ  ବୋଲି ଜଣାପଡିଛି |

0
0
0
s2sdefault