ହେଡଲାଇନସ୍:

ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ : ଯାତାୟାତ ଠପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ପନ୍ଦର ମାଇଲ ଠାରେ ମାଓବାଦୀଙ୍କ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଯାହାରି ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି |.ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଂଚି ଥିବା ସୂଚନା ମିଳିଛି | . ଘଟଣା ସମ୍ପର୍କରେ ଆମ ପ୍ରତିନିଧି ତୁମୁଡିବନ୍ଧ ପୁଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ.| କିନ୍ତୁ ଥାନାଧିକାରୀ ସହ ଯୋଗାଯୋଗ ନ ହେବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ |

 ମାଓବାଦି ଗଛକାଟି ରାସ୍ତା ଅବରୋଧ କରିବା ସହ ବୋମ୍ ଦୁଇଟି ଖଞ୍ଜି ଥିବା ସୂଚନା ମିଳିଛି | ଯାହାରି ଫଳରେ ଲୋକମାନେ ଆତଙ୍କିତ ହୋଇ ବାହାରକୁ ବାହାରିବା ପାଇଁ ଭୟଭୀତ କରୁଥିବା ବେଳେ ରାତିରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଥିଲେ ଏବଂ ବୋମା  ଖଞ୍ଜା ଯାଇ ଥିବା ଦେଖି ପଛକୁ ଫେରି ଆସିଥିଲେ | ସକାଳ ହେଲା ସିନା ପୋଲିସ ପହଞ୍ଚି ନାହିଁ. | ସେହି ପରି ନୂଆଗାଁ ବ୍ଲକ ଠାରେ ମଧ୍ୟ ମାଓବାଦୀବାଦିଙ୍କ ପକ୍ଷରୁ ରାସ୍ତା ଅବରୋଧ କରା ଯାଇଥିବା ସୂଚନା ମିଳିଛି | 

0
0
0
s2sdefault