ହେଡଲାଇନସ୍:

 ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ  “ସୁରଭି”ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ ଅମିତ ପୁରୋହିତ :  ସ୍ଥାନୀୟ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ଥରୀୟ ଶିଶୁ ମହୋତ୍ସବ “ସୁରଭି” ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନି ଉତ୍ସବରେ ଗୋଷ୍ଠୀ  ଶିକ୍ଷା ଅଧିକାରୀ ନୂଆପଡା ରେଶମଲାଲ ନାଏକ ପ୍ରଦିପ ପ୍ରଜ୍ୱଳନ କରି ଶୂଭ ଉଦ୍ଘାଟନ କରିଥିଲେ । ପରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କ୍ଲଷ୍ଟର ସ୍ଥରରେ କୃତିତ୍ୱ ଅର୍ଜନ କରିଥିବା ୧୭ ଟି କ୍ଲଷ୍ଟରର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କୃତିତ୍ୱ ଅର୍ଜନ କରିଥିଲେ । ଅପରାହ୍ନରେ ଉଦ୍ୟାପନ ସଭାରେ ମୂଖ୍ୟ ଅତିଥି ରୂପେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଏବଂ ସମ୍ମାନୀତ ଅତିଥି ରୂପେ ନୂଆପଡା ବିଡିଓ ସୁବେଦାର ପ୍ରଧାନ, ବିଆରସିସି ରାଧେଶ୍ୟାମ ମେହେର, ଏବିଇଓ ଚଇତରାମ ନାଏକ, ନ୍ୟାସନାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସୁକାନ୍ତ ଶତପଥି ମିଳିତ ଶିକ୍ଷକ ସଂଘ ର ସଭାପତି ନିରୋଜ ପାଢୀ, ସମ୍ପାଦକ ବେଣୁଧର ସାହୁ, ରାଜ୍ୟ ପୁରଷ୍କାର ପ୍ରାପ୍ତ ଶିକ୍ଷକ ପ୍ରମୋଦ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଭା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶଙ୍କରର୍ଷଣ ପୁରୋହିତ ପରିଚାଳନା କରିଥିଲା ବେଳେ ସମସ୍ତ ସିଆରସିସ,ି ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।    

      

 

0
0
0
s2sdefault