ହେଡଲାଇନସ୍:

 ବିଜେପୁରବାସୀ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି: ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସର୍ବକାଳୀନ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ

କ୍ରମାଗତ ୧୯ ବର୍ଷ ଶାସନରେ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ରାଜନୈତିକ ଇତିହାସରେ ବିରଳ

ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ ବିଜେପି

ଭୁବନେଶ୍ୱର,: : ବିଜେପୁର ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ପୁଣିଥରେ ପ୍ରମାଣିତ କରିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା । କ୍ରମାଗତ ଭାବରେ ୧୯ ବର୍ଷ ଶାସନରେ ରହି ଏଭଳି ଲୋକପ୍ରିୟତା ହାସଲ କରିବା ଭାରତୀୟ ରାଜନୈତିକ ଇତିହାସରେ ବିରଳ । ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ଉତ୍ଥାନ ପତନ ଚାଲିଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିଜେଡିର ଗ୍ରହଣୀୟତା କେବଳ ସ୍ଥିର ନାହିଁ, ବରଂ ପ୍ରତିଟି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଓ ଲୋକାଭିମୁଖି ବିକାଶ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କର ସଦ୍ଧିଚ୍ଛା ଓ ସମର୍ଥନ ରହିଆସିଛି । ବିରୋଧୀ ଦଳମାନଙ୍କର କୌଣସି ବିଭ୍ରାନ୍ତିରେ ଭଳି ନଯାଇ ଓଡ଼ିଶାର ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ଯେଭଳି ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି, ସେଥିପାଇଁ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ବିଜୁ ଜନତା ଦଳ କୃତଜ୍ଞତା ଜ୍ଞାପନ କରୁଛି । ସାମ୍ପ୍ରତିକ ରାଜନୀତିରେ ଭାରତର ନେତୃମଣ୍ଡଳୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ, ସଦ୍ଧିଚ୍ଛା ଓ ଆଶୀର୍ବାଦରେ ଶିଖରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଏକ ସୁଖଦ ଉପଲବ୍ଧି ବୋଲି ଆଜି ରାଜ୍ୟବାସୀ ଅନୁଭବ କରୁଛନ୍ତି । ବିଜେପି ବିଜେପୁର ଉପ-ନିର୍ବାଚନରେ ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ । ବୁଥ୍ୱାରୀ ମିଳିଥିବା ଭୋଟ ବ୍ୟବଧାନ ହିଁ ଜଣାଇଦେବ ବିଜେପିର ଅସଲ ସ୍ଥିତି ଓ ଅସ୍ଥିତ୍ୱ । ନିଜର ଶୋଚନୀୟ ପରାଜୟକୁ ନେଇ ବିଜେପି ଯେଉଁ ବିତଣ୍ଡା ଯୁକ୍ତି କରୁଛି, ସେଥିରୁ ତାଙ୍କର ହତାଶା ଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।

0
0
0
s2sdefault