ହେଡଲାଇନସ୍:

ରେଳରେ ଗଲେ, ଆହାର ଖାଇଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/ ନୟାଗଡ (ଶାସକ ପ୍ରଶାସକ) ଲୋକଂକ ଭିତର ନେତା, ଭିଡ ଭିତରେ ବାରି ହୋଇ ପାରୁଥିବା ନେତା ଆଉ ଲୋକଙ୍କୁ କଥା ଦେଇ କଥା ରଖିବାକୁ ଚେଷ୍ଟିତ ଥିବା ନେତା ହେଉଛନ୍ତି ଅରୁଣ ସାହୁ | ମାନେ ରାଜ୍ୟ ସରକାରଙ୍କ ଦୁଇ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ ଉଚ୍ଚଶିକ୍ଷା ଆଉ କୃଷି କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଯୁବ ମନ୍ତ୍ରୀ ଡ଼ ଅରୁଣ ସାହୁ | ଆଉ ଏଇ ଦୁଇଟି ବିଭାଗ ସିଧା ସଳଖ  ଲୋକଙ୍କୁ ସାମନା କଲାଭଳି ବିଭାଗ, ଲୋକଙ୍କ ସମାଲୋଚନା ଶୁଣିଲା ଭଳି ବିଭାଗ | ଆଉ ମୋଟାମୋଟି ଭାବେ କହିବାକୁ ଗଲେ ସର୍ବାଧିକ କେଁ ଥିବା ବିଭାଗ ଦୁଇଟି | ନବୀନ ବାବୁଙ୍କ ପଞ୍ଚମ ପାଳି ସରକାରରେ ତୃତୀୟ ଥର ପାଇଁ ମନ୍ତ୍ରୀ ହୋଇଥିବା ଡ଼ ସାହୁ ଏବେ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖି ହେବ ସହ ଲୋକଙ୍କ ନିକଟତର ହୋଇ ଲୋକଙ୍କ ସମସ୍ୟା ବୁଝିବା ପ୍ରସଙ୍ଗରେ ଅଧିକ ଦାୟୀତ୍ୱ ସମ୍ପନ୍ନ ଓ କ୍ରିୟାଶୀଳ ହୋଇଛନ୍ତି | ତାମାନେ ସେ ଆଗରୁ ଲୋକଂକ ନିକଟତର ହୋଇନଥିଲେ ତା ନୁହେଁ | ଏଥର କିନ୍ତୁ ପୁରା ଅଲଗା, ସେ ନିଜ ନିର୍ବାଚନମଣ୍ଡଳୀ ହେଉ ବା ସରକାରଙ୍କ ବିଭାଗ | ଆଉ ଲୋକଙ୍କ ଅଧିକ ନିକଟତର ହେବା କଥାଟି ସେ ନିର୍ବାଚନ ଜିତିବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିର ପ୍ରତିଫଳନ | ଗତ ବିଧାନ ସଭା ନିର୍ବାଚନରେ ଜିତିବା ପରେ ସେ ଲୋକଙ୍କ ଠାରୁ ସମ୍ବର୍ଦ୍ଧନା ନେବା ବଦଳରେ ଲୋକଙ୍କ ପାଖକୁ ଯାଇ ନିଜଆଡୁ କୃତଜ୍ଞତା ଜଣାଇବା ସହ କଥା ଦେଇଥିଲେ " ଲୋକ, ଲୋକଙ୍କ ସମସ୍ୟା ଆଉ ତାଙ୍କ ଭିତରେ ସମୀପତା ବଢିବ | ଲୋକ ତାଙ୍କ ପାଖକୁ ନୁହେ, ଧାର୍ଯ୍ୟ ଦିବାରେ ପୁର୍ବଘୋଷିତ ତାରିଖ ଅନୁସାରେ ସେ ଲୋକଙ୍କ ପାଖକୁ ଯିବି" | ଆଉ ଏହି କଥା ସେ ପ୍ରମାଣିତ କରିଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ସବୁ ଅଂଚଳକୁ ନିଜେ ଯାଇ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଆରମ୍ଭ କରିଥିବା ବିଶାଳ ଜନତା ଦରବାରରୁ | ଲୋକ ଦେଖାଣିଆ ଠାରେ ଅଧେ ନୁହେ, ତାକୁ ଜାରି ରଖିଛନ୍ତି | ସରକାରୀ ବିଭାଗ ଅଧିନସ୍ଥ ସବୁ କାର୍ଯ୍ୟାଳୟ ବା ମହାବିଦ୍ୟାଳୟକୁ ବି ଘନଘନ ଗସ୍ତ କରୁଛନ୍ତି | ଲୋକ ତାଙ୍କ ପାଖକୁ ଦୌଡ଼ି ନିରାଶ ନହୁଅନ୍ତୁ ବା ହଇରାଣ ନହୁଅନ୍ତୁ, ତେଣୁ ତାଙ୍କ ଗସ୍ତ ବା କାର୍ଯ୍ୟସୂଚୀ ସର୍ବ ସାଧାରଣ କରୁଛନ୍ତି | ତେଣୁ ମନ୍ତ୍ରୀଙ୍କ  ଗତିବିଧି ଓ ଉପସ୍ଥିତି ବିଷୟରେ ଲୋକ ହାଣିପାରୁଛନ୍ତି |  ନିର୍ବାଚନ ମଂଡଳୀବାସୀଙ୍କ ଭିତରେ ଆଉ ସେ ପୂର୍ବ ଅସନ୍ତୋଷ ନାହିଁ, ମନ୍ତ୍ରୀଙ୍କୁ ଦେଖା ହେଉନି ବୋଲି | ଆଉ ବିଭାଗରେ ବି ତତ୍ପରତା ପୂର୍ବାପେକ୍ଷା ବୃଦ୍ଧି ପାଇଛି | 

ଲୋକଙ୍କ ସହିତ ମିଶିବାରେ ମାଷ୍ଟର | କରିଥି ଲୋକଙ୍କ ସହ ଚେସ ଖେଳି, ତ କେଉଁଠି ମୁଢି ବାଦାମ ଖାଇ ବା କରିଥି ଫୁଟବଲ ଖେଳି ତ କେଉଁଠି ବିଲ ଖେତକୁ ପଶିଯାଇ | ସେଇମିତି  ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପୂର୍ବକ ଗତକାଲି ରାଜଧାନୀ ଭୁବନେଶ୍ବରରୁ ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼କୁ ଟ୍ରେନ ଯୋଗେ ଆସିଥିବା ରାଜ୍ୟ ସରକାରଙ୍କ ଉଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର - ନୟାଗଡ଼ ପାସେଞ୍ଜର ଟ୍ରେନରେ ସାଧାରଣ ଲୋକଙ୍କ ଭଳି ଟିକେଟ କାଉଣ୍ଟରରୁ ଟିକେଟ କରି ସନ୍ଧ୍ୟା ୬ ଟା ୪୦ ମିନିଟ ରେ ଚଢ଼ିଥିଲେ ଟ୍ରେନରେ ।

 ସୂଚନାଯୋଗ୍ୟ ଯେ ଯେଉଁଦିନ ନୟାଗଡ଼ରୁ - ଖୋର୍ଦ୍ଧା ରୋଡ଼ ପ୍ରଥମେ ରେଳ ଚଳାଚଳ ହେଲା , ନୟାଗଡ଼ ଟାଉନ ଷ୍ଟେସନ ଠାରେ ଅନୁଷ୍ଠିତ ସଭାରେ ଡ଼ଃ ଅରୁଣ କୁମାର ସାହୁ ନିଜେ ଟ୍ରେନରେ ନୟାଗଡ଼ ରୁ ଯାଇଥିଲେ ଏବଂ କହିଥିଲେ ଯେବେ ନୟାଗଡ଼ରୁ ଭୁବନେଶ୍ୱର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା-ଆସିବା କରିବି । ସେଦିନ କହିଥିବା କଥାକୁ ପୂରଣ କରିଥିଲେ କାଲି | ଆଉ ଆଜି ଓଡଗାଁ ଗସ୍ତ କରି ସେଠାରେ ଅନ୍ୟାନ୍ୟ ଜ୍ୱାର୍ୟକ୍ରମରେ ସାମିଲ ହେବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶକୁ ପାଳନ କରି ସେଠାର ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କାର ଟିକଟ କାଟି ଭାତ ଡାଲମା ଖାଇଛନ୍ତି |

 

0
0
0
s2sdefault