ହେଡଲାଇନସ୍:

ଗୁମ୍ମା ବ୍ଳକର କୁଲଙ୍ଗ ଓ ତିତିସିଂ ଗ୍ରାମରେ ବର୍ଷା ବିତ୍ପାତ : ଉଜୁଡ଼ିଲା ଘର, ପଶୁପକ୍ଷୀ ନିହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଓ ତିତିସିଂ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟରେ ପାଖ ମୁଖଲିଙ୍ଗ ପର୍ବତରୁ ଧସେଇ ହୋଇi ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା ସହ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳି ମୃତ୍ୟୁ ହୋଇଥିବା ଜଣାପଡିଛି । 

    ଘଟଣା ବିଷୟରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନକୁ ଖବର ଦେବା ପରେ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷା ଗିତାଞ୍ଜଳି ରଇତ,ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ଥିଲେ।

     ଏହା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ଦୁଇଟି ଗ୍ରାମକୁ ପରିଦର୍ଶନ କରି ଜନସାଧାରଣଙ୍କ ଅସୁବିଧାର ସାମାଧନ ପାଇଁ ତୁରନ୍ତ ପଦକ୍ଷେପ ନେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

0
0
0
s2sdefault