ହେଡଲାଇନସ୍:

ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆଠମଲ୍ଲିକ ଗସ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକଙ୍କ ସହିତ ମିଶି ବୁଝିଲେ ସମସ୍ୟା, ଧଉରାଗୋଠ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲୋକଙ୍କ ଦାବି 

(ଆଠମଲ୍ଲିକ / ସନ୍ତୋଷ ମେହେର ):  ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ବାନାର୍ଜୀଙ୍କ ଆଠମଲ୍ଲିକ ଗସ୍ତରେ ଆସିଛନ୍ତି I ଏହି ଅବସରରେ ଇଂ.ବାନାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ କମିଟି ଆଜି ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ  ଓ ନିର୍ମାଣଧୀନ ମନଜୋର  ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଫେରିଛନ୍ତି l ଇଂ ବାନାର୍ଜୀ ପ୍ରଥମେ ପ୍ରସ୍ତାବିତ  ଧଉରାଗୋଠ ଜଳସେଚନ ପ୍ରକଳ୍ପ ଅଂଚଳ ବୁଲି ଦେଖିଥିଲେ l ପ୍ରତିକୂଳ ପାଗ ସତ୍ତ୍ୱେ ପାଦରେ ଚାଲିଚାଲି  ଇଂ ବାନାର୍ଜୀ ବାରବାଙ୍କିଆ ନାଳ ନିକଟକୁ ଯାଇ ନାଳର ଭୌଗଳିକ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ l ପରେ ପେଡିପଥର ପଂଚାୟତ କାର୍ଯ୍ୟାଳୟ ରେ ପହଂଚି ସାଧାରଣ ଲୋକଙ୍କ ସହିତ ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିଥିଲେ l ପଲ୍ଲୀସଭା ସହମତି ଯେତେଶୀଘ୍ର ମିଳିବ, ସରକାର ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ କରିବେବୋଲି ଇଂ ବାନାର୍ଜୀ  ପ୍ରକାଶ କରିଛନ୍ତି l ଏହି ପ୍ରକଳ୍ପ ପାଇଁ  ରାଜ୍ୟ ସରକାର ୧୯୩କୋଟି ଅର୍ଥ ବ୍ୟୟ ଅଟକଳ କରିଥିବା ବେଳେ ୨୨୩୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ l ଏହି ପ୍ରକଳ୍ପ ନିର୍ମାଣ ହେଲେ ତିନୋଟି ପଂଚାୟତର ୨୨ଗୋଟି ଗ୍ରାମରେ ଜଳସେଚନର ବ୍ୟବସ୍ଥା ହୋଇପାରିବ ଏବଂ ଉଚ୍ଚା ଜମିକୁ ମେଗା ଲିପଟ ଦ୍ୱାରା ଜଳସେଚନ  କରାଯିବ l ବି.ଜେ.ଡି ର ବରିଷ୍ଠ ନେତା ଇଂ. ନଳିନୀକାନ୍ତ ପ୍ରଧାନ ଙ୍କ ଉଦ୍ୟମକ୍ରମେ ଦୀର୍ଘ ୪୦ବର୍ଷ ଧରି ଦାବି, ଆନ୍ଦୋଳନ ହୋଇଆସୁଥିବା ଏହି ପ୍ରକଳ୍ପକୁ ନେଇ ସାଧାରଣ ରେ ଆଶା ସଂଚାର ଶୃଷ୍ଟି ହୋଇଛି l ଏହାପରେ ଇଂ.ବାନାର୍ଜୀ  ନିର୍ମାଣଧୀନ ମନଜୋର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପାଇପ ଯୋଗେ ବାମପାର୍ଶ୍ୱ କେନାଲକୁ ବୃଦ୍ଧି କରାଯାଇ ଚାଷୀଙ୍କୁ ଜଳସେଚନର  ସୁବିଧା ଯୋଗାଇଦିଆଯିବ ବୋଲି କହିଥିଲେ l ମାନଜୋର ପ୍ରକଳ୍ପ ବୁଲି ଦେଖିବା ପରେ ଇଂ.ବାନାର୍ଜୀ ଆନନ୍ଦ ପ୍ରକାଶ କରିବା ସହିତ, ଏହାକୁ ଏକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦିଆଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l

ଏହି ଗସ୍ତ ଅବସରରେ ମୁଖ୍ୟଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ରଥ, ଇଂ. ଅସୀମ ମହାପାତ୍ର,ଇଂ.ପ୍ରଦୀପ କୁମାର ମହାନ୍ତି, ଇଂ. ରଞ୍ଜନ କୁମାର ନାଏକ, ଅଧିକ୍ଷଣ ଯନ୍ତ୍ରୀ ଇଂ. ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀଯନ୍ତ୍ରୀ ଇଂ. ସନାତନ ପାତ୍ର ଉପସ୍ଥିତ ରହିଥିବା ବେଳେ ବି. ଜେ.ଡି.  ଯୁବନେତା  ମହେନ୍ଦ୍ର ସାହୁ, ବିଜେଡି ନେତା ଅଜୟ ପ୍ରଧାନ, ପେଡିପଥର ସରପଞ୍ଚ ଅର୍ଣ୍ଣପୂର୍ଣ୍ଣl ବେହେରା, ଦିଲ୍ଲୀପ ସାହୁ, ମନୋଜ ରାଉତ, ତରଣୀ ନାଏକ, ଚୌଧୁରୀ ସାଏ, ଆଠମଲ୍ଲିକ ସାମ୍ବାଦିକ ସଂଘ ସଭାପତି ପିନା ମହାପାତ୍ର, ବିଧାୟକ ଙ୍କ ପ୍ରତିନିଧି କ୍ଷୀରୋଦ ବଘାର, କୃଷକ ମହାସଂଘ ର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପ୍ରଧାନ, କୃଷକ ନେତା ରାମଚନ୍ଦ୍ର ମହାକୁଡ଼, ରତନ କୁମାର ରଥ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ତୁରନ୍ତ ଧଉରାଗୋଠ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ l

0
0
0
s2sdefault