ହେଡଲାଇନସ୍:

ଉତ୍ତର ରଖିବେ କି ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁରରେ ଗଡତିଆଙ୍କ ପାଇଁ ଧର୍ମେନ୍ଦ୍ର କଲେ ନିର୍ବାଚନ ପ୍ରଚାର 

 ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟାର ୪୮ ଘଂଟା ପରେ ମଧ୍ୟ ମୋ ସରକାର ଚୁପ୍ କାହିଁକି   ?

 ବିଜେପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି କଣ   ?

 ହିଞ୍ଜିଳି  ନଛାଡି ବିଜେପୁର ଛାଡିଲେ କାହିଁକି  ?

ତରଣୀସେନ୍ ମହାଲାଙ୍କ ହତ୍ୟା କଣ ବିଜେପୁରବାସୀଙ୍କୁ ଉପହାର କି?

ବିଜେପୁର(ଶାସକ ପ୍ରଶାସକ) – ବିଜେପୁର ଉପନିର୍ବାଚନର ପ୍ରଚାର ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏର୍ଯ୍ୟନ୍ତ ବିଜେପୁରର ମୌଳିକ ପ୍ରଶ୍ନର ଉତର ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଯଦି ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କର ଜନସାଧାରଣଙ୍କ ପ୍ରତି ତିଳେ ମାତ୍ର ନୈତିକତାର ଦାୟିତ୍ୱ ଥାଏ ତେବେ ଦୀର୍ଘ  ୨୦ ବର୍ଷ ଶାସନ ଛାଡି କେବଳ ଗତ ୨ ବର୍ଷରେ ସେ ବିଜେପୁର ପାଇଁ କଣ କଲେ ତାହାର ଉତର ରଖନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ବିଜେପୁରର ଏନ୍ଏସି, ବନ୍ଧପାଲି, ଗୋପେଇପାଲି ପଂଚାୟତ ଏବଂ ବରପାଲି ଏନଏସି ଠାରେ ଦଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁର ଗାଇସିଲେଟ୍ ବ୍ଲକର ନୂଆପାଲ୍ଲୀ ଗାଁର ଜଣେ କର୍ମଚାରୀ ତରଣୀସେନ୍ ମହାଲାଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଜୁ ଯୁବ ବାହିନୀର ଲୋକମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହା କଣ ବିଜେପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଉପହାର କି? ମୁଖ୍ୟମନ୍ତ୍ରୀ ବିଜେପୁରର ବିକାଶ ପାଇଁ ଦାୟିତ୍ୱ ନେଇଥିବା ବେଳେ ବିକାଶ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବଚସ୍କରମାନେ ତରଣୀସେନ୍ ମହାଲାଙ୍କୁ ହତ୍ୟା କରିଥିବା ଅଭିଯୋଗର ମୁଖ୍ୟମନ୍ତ୍ରୀ ଉତର ରଖନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଲଙ୍କୁ ହତ୍ୟା କରାଯାଇଛି । ହତ୍ୟାର ୪୮ ଘଂଟା ବିତିଗଲା ପରେ ମଧ୍ୟ ତାଙ୍କ ହତ୍ୟା କେମିତି ହେଲା, କିପରି ହେଲା, କେଉଁଠି ହେଲା ମୋ ସରକାର ପାଖରେ ତାହାର ଉତର ନାହିଁ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ରେ ଜଣେ କାର୍ଯ୍ୟରତ ତଳତଳିଆ କର୍ମଚାରୀ ମହିଳା ହୋଇଥିଲେ ସେ ଯୈାନପିପାସୁର ଶୀକାର ହୋଇ ଶାସକ ଦଳର ଲୋକଙ୍କ ଦ୍ୱାରା ହତ୍ୟାର ଶୀକାର ହୁଅନ୍ତି ଏବଂ ଯେ ଦୁର୍ନୀତିରେ ସାମିଲ ନ ହୁଅନ୍ତି ସେ ହତ୍ୟାର ଶୀକାର ହୁଅନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ୨୦୧୮ ଉପନିର୍ବାଚନରେ ଓ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାର ଉତର ଆଜି ଯାଏଁ ଦେଲେ ନାହିଁ | ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନ ପ୍ରଚାରରେ ଥିବା ବେଳେ ଗଙ୍ଗାଧର ମେହେର ଭଳି ଅନ୍ୟ ବଡ ପ୍ରକଳ୍ପ କେଉଁ ପଯ୍ୟାୟରେ ପହଁଚିଲା ଯଥା ତାହାର ଉତର ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ଆସନ ପରିବର୍ତେ କାହିଁକି ବିଜେପୁର ଆସନ ଛାଡିଲେ? ବିଜେପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାହାର ତାଲିକା ଦେବେ କି ? ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ମହାପ୍ରଭୁ ଓ ସମଲେଇଙ୍କ ପାଖରେ ଶପଥ ରଖି କୁହନ୍ତୁ ସେ ବିଜେପୁର ପାଇଁ କଣ କରିଛନ୍ତି?

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଥର ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ଆକ୍ରୋଶର ଶୀକାର ହେବେ । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତନ ଗଡତିଆଙ୍କୁ ବିଜେପୁରବାସୀ ଭୋଟ ଦେଇ ଜିତାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

0
0
0
s2sdefault