ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧୁକାରୀ କିରନ ବେହେରା ଅନୁପସ୍ଥିତ ରହୁଛନ୍ତି ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜଗାଙ୍ଗପୁର ପୌରପାଳିକା ରେ ନୂତନ ଭାବେ କାର୍ଯ୍ୟ ରେ ଯୋଗଦାନ କରିବା ପରେ ନିଜ ପୌରପାଳିକା କୁ ଆସୁନାହାନ୍ତି ବିଭିନ୍ନ ଆଳ ଦେଖାଇ ଛୁଟି ରେ
ରହୁଛନ୍ତି । ଯାହା ଫଳରେ ପୌରପାଳିକା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଭାବିତ ହୋଇଛି। କିରଣ ବେହେରା କାର୍ଯ୍ୟ ରେ ଯୋଗଦାନ କରିବା ପରେ କାର୍ଯ୍ୟ ରେ ଅବହେଳା କରୁଥିବା ନେଇ କାଉନସିଲର ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ | କିଛି ଦିନ ହେବ କାର୍ଯ୍ୟନିର୍ବାହୀ ଅଧିକାରୀ ଛୁଟି ରହିଛନ୍ତି ଯାହା
ଫଳରେ ପୌରପାଳିକା ରେ ଗୁରୁତ୍ଵପୂର୍ଣ କାର୍ଯ୍ୟ ବନ୍ଦ ରହିଛି। ଠିକାଦାର ମାନେ ମଧ୍ଯ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ପୌରପାଳିକା ରେ କାର୍ଯ୍ୟ ଏକ ପ୍ରକାରର ଠପ ହୋଇଯାଇଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବି ହୋଇଛି ।