ରାଜଗାଙ୍ଗପୁର, ୧୬।୯ (ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ତଥା କାଂଶବାହାଲ ଫାଣ୍ଡି ଅନସ୍ଥ ଘୋଘର କିଶାନପଡା ଗ୍ରାମର ବିଠଲ ଏକ୍କା (୪୫) ସୋମବାର ରାତିରେ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଶୌଚଯିବା ପାଇଁ ଘରୁ ବାହାରି ଘରକୁ ଫେରି ନ ଥିଲେ। ମଙ୍ଗଳବାର ଦିନ ୧ଟାରେ ଗ୍ରାମ ପାଖରେ ଥିବା ଓରାମପଡା ପୋଖରୀରେ ମୃତ ଅବସ୍ଥାରେ ବିଠଲଙ୍କ ମୃତଦେହ ଭାସୁଥିବାର ଗ୍ରାମବାସି ଦେଖ୍ ପୋଲିସକୁ ଖବର ଦେଇଥିଲେ। ଖବରପାଇ କାଂଶବାହାଲ ପୋଲିସ ଅଧ୍କାରି ଶୈଲେସ ରାଉତ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମୃତଦେହ ମର୍ଗ ହାଉସରେ ରଖାଯାଇଛି। ବୁଧବାର ମୃତଦେହ ବ୍ୟବଛେଦ ହେବ। ଅନୁମାନ କରାଯାଉଛି ଯେ ଶୌଚ ସମୟରେ ପୋଖରୀରେ ଗୋଡ ଖସିଯାଇ ବିଠଲ ମୃତ୍ୟୁବରଣ କରିଛନ୍ତି। ପୋଲିସ ତଦନ୍ତ ଜାରି ରହିଛି।
ରାଜ୍ୟ
ପୋଖରୀରେ ବୁଡିଯାଇ ଯୁବକ ମୃତ
- Hits: 3