ହେଡଲାଇନସ୍:

ଲେଫ୍ରିପଡା ପୋଲିସକୁ ସଫଳତା, ଧରାପଡିଲା କ୍ୟାମେରା ଚୋର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ :   ଗତ୧୩ତାରିଖ ବିଳମ୍ବିତ ରାତିରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ବେଲଢ଼ିପା ଛକରେ ଥିବା ମିନୁ ନାଏକଙ୍କ ଭୁବନେଶ୍ୱରୀ ଫୋଟୋ ଷ୍ଟୁଡ଼ିଓରୁ କିଛି ଦୁର୍ବୃତ୍ତ ଶାବଳ ଯୋଗେ କାନ୍ଥରେ କଣାକରି ରାତିରେ ଷ୍ଟୁଡ଼ିଓରେ ଥିବା ଦୁଇଟି( ନିକନ) କେମେରାକୁ ଚୋରିକରି ନେଇଯାଇଥିଲେ |ହେଲେ ଷ୍ଟୁଡ଼ିଓ ମାଲିକ ସକାଳେ ଦୋକାନ ଖୋଲିବା ମାତ୍ରେ ଦେଖିବାକୁ ପାଇଲା ଦୋକାନ କାନ୍ଥରେ କଣା ଓ କେମେରା ନାହିଁ | ତେଣୁ ସେ ଲେଫ୍ରିପଡା ଥାନାରେ ଅଭିଯୋଗ ଦେଇଥିଲେ |   ପୋଲିସ ତୁରନ୍ତ କେଶ ରେଜିଷ୍ଟ୍ରେସନ କରି ଅଭିଯୋଗ ଆଧାରରେ କେଶ ନମ୍ବର-୧୧୬/୨୦୧୯ ,u/s-457/380 ରେ କେଶ ରେଜିଷ୍ଟ୍ରେସନ  ହୋଇ ଲେଫ୍ରିପଡା ଥାନା ଅଧିକାରୀ  କାଶୀନାଥ ବାରିକଙ୍କ ନେତୃତ୍ୱରେ ଟିମ ତିଆରି ହୋଇ ତନାଘନା ଆରମ୍ଭ ହୋଇଥିଲା | ହେଲେ ଏହି ଚୋରିରେ ସମ୍ପୃକ୍ତ  ଜିତେନ୍ଦ୍ରର ଉପସ୍ଥିତି ନେଇ ଲେଫ୍ରିପଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାକୁ  ଧରିବା ପାଇଁ ଜାଲ ବିଛାଇଥିଲେ | ପୋଲିସ କୁ ଦେଖିବା ମାତ୍ରେ ଫେରାର ହେବାର ଉଦ୍ୟମ କରିଥିଲେ ହେଁ  ଅସଫଳ ହୋଇଥିଲା ଜିତେନ୍ଦ୍ର | ଶେଷରେ ଗୁରୁବାର ସନ୍ଧ୍ୟାରେ ବେଲଢ଼ିପାର୍ ଜିତେନ୍ଦ୍ରକୁ ଆରେଷ୍ଟ କରିଥିଲେ ପୋଲିସ | ଆଉ ତାଠାରୁ  ଦୁଇଟି ନିକନ କେମେରା  ଜବତ କରିଥିଲେ |ହେଲେ ଏହି ଚୋରିରେ ସମ୍ପୃକ୍ତ ଆଉଜଣେ ଫେରାର ଅଛି | ତାକୁ ମଧ୍ୟ ଅତିଶୀଘ୍ର ଧରାଯିବ  ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |

 

0
0
0
s2sdefault