ହେଡଲାଇନସ୍:

 ବିଜେପୁର ଉପ ସମର : ପ୍ରଚାର ସାରିଲେ ମାନ୍ୟବର, ଉତ୍ସାହିତ ବିଜେଡି ଶିବିର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ମଝିରେ ଦୁଇ ଦିନ ବାକି ରହିଲା । ଆସନ୍ତା କାଲି ପ୍ରଚାରର ଶେଷ ଦିନ । ଏହାରି ଭିତରେ ଗତ କାଲିଠାରୁ ଚାଲିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରଚାର କାର୍ଯ୍ୟକ୍ରମ ଆଜି ଶରୀ ଯାଇଛି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ବରଗଡ଼ ରୁ ବାହାରି ହେଲିକ୍ୟାପ୍ଟର ଯୋଗେ ସିଧା ଗାଇସିଲେଟ ବ୍ଲକ ତାଳପାଳି ସ୍ଥିତ ଯାତ୍ରା ପଡ଼ିଆରେ ଅବତରଣ କରିଥିଲେ । ଏଠାରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ଶ୍ରୀ ନବ ଦାସ , ମନ୍ତ୍ରୀ ଶ୍ରୀ ରାଜା ସ୍ୱାଇଁ , ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଂଜନ ସିଂ ବରିହା , ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ  , ବିଧାୟକ ପ୍ରୀତି ରଂଜନ ଘଡ଼ାଇଙ୍କର ସାହିତ ଅନେକ ବିଧାୟକ, ନେତା, ଦଲୀୟ କର୍ମୀ ତଥା ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ଙ୍କର ସ୍ୱାଗତ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କର ବସ ଆଗରେ ଏକ ଖୋଲା ଜିପରେ ଶ୍ରୀମତୀ ରୀତା ସାହୁଙ୍କ ସହିତ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ବିଧାୟିକା ଡା, ରସେଶ୍ୱରୀ ପାଣିଗ୍ରାହୀ , ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । 

      ଆଜି  ମୁଖ୍ୟମନ୍ତ୍ରୀ ତାଳପାଳି ଯାତ୍ରା ପଡ଼ିଆରୁ ବାହାରି କେନ୍ଦୁଭଟା , ଗୁରୁମୁଣ୍ଡା ଛକ, ଗାଇସିଲେଟ, କାନ୍ଦୁମୁଣ୍ଡା,କଥାଉମାଲ , ବଡ଼ ସାହାଯବାହାଲ , ଜଗଲପାଟ , ଭାଙ୍ଗମୁଣ୍ଡା,ଡାଙ୍ଗବାହାଲ , ଶରଧାପାଳି , କରଞ୍ଜପାଲି , କେର୍ମେଲି , କୁଣ୍ଡାଖାଇ, ଗୁଦେରପାଳି ଇତ୍ୟାଦି ସ୍ଥାନରେ ରୋଡ଼ ସୋ କରିଥିଲେ ଓ ନିଜ ସ୍ୱତନ୍ତ୍ର ବସ ଉପରୁ ରାସ୍ତ ଦୁଇ ପାର୍ଶ୍ଵରେ ଛିଡା ହେଇଥିବା ହଜାର ହଜାର ଲୋକଙ୍କୁ ସମ୍ମୋଧନ କରି ବିଜୁ ଜନତା ଦଳର ପ୍ରାର୍ଥୀ ଙ୍କୁ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ଦ୍ଵିତୀୟ ଦିନର ନିର୍ବାଚନ ପ୍ରଚାର ସାରି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ତିନିଟା ସମୟରେ ଭୁବନେଶ୍ୱର ଫେରିଯାଇଥିଲେ ।

 

0
0
0
s2sdefault