ହେଡଲାଇନସ୍:

ପଲିଥିନ୍ ବର୍ଜନ ସଚେତନତା କର୍ମଶାଳା: ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଚମ୍ପୁଆ(ଶାସକ ପ୍ରଶାସକ): ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ କଠିନ ବର୍ଜ୍ୟବସ୍ତୁ  ତଥା ପଲିଥିନ୍ ବ୍ୟାଗ ବ୍ୟବହାର ନିଷେଧ ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ  ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଘାସିରାମ ମୁର୍ମୁ ଯୋଗ ଦେଇ କହିଥିଲେ ଯେ, ପ୍ଲାଷ୍ଟିକ୍ ଓ ପଲିଥିନଜନିତ ପ୍ରଦୂଷଣ ବର୍ତମାନ ସମଗ୍ର ବିଶ୍ୱରେ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି । ପ୍ଲାଷ୍ଟିକ୍ ଓ ପଲିଥିନଜନିତ ପ୍ରଦୂଷଣ ମନୁଷ୍ୟ ତଥା ଜୀବଜଗତ ଉପରେ କୁପ୍ରଭାବ ପଡୁଛି । ଏଣୁ ସରକାରଙ୍କ ନିଦେ୍ର୍ଧଶକ୍ରମେ ଯେଉଁ ସଚେତନତା ଅଭିଯାନ ଚାଲିଛି, ତାହାର ସଫଳତା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ । ପ୍ଲାଷ୍ଟିକ୍ ଓ ପଲିଥିନ ବର୍ଜନ ଅଭିଯାନ ପରିବାରରୁ ବ୍ୟକ୍ତିଗତସ୍ତରରେ ଆରମ୍ଭ ହେବା ଉପରେ ଗୁରୁତ୍ୱ ଆରୋପ କରି ଏହି ଅଭିଯାନର ସଫଳତା ପାଇଁ ଚମ୍ପୁଆ ଏନ୍ଏବାସୀଙ୍କର ସହଯୋଗ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଷ୍ଟିକ୍ ନିଷେଧ ଆଇନକୁ  କଡ଼ାକଡ଼ି କରାଯାଇଛି ଏବଂ ଏହାକୁ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଶ୍ରୀ ମୁର୍ମୁ ମତବ୍ୟକ୍ତ କରିଥିଲେ । ଭବିଷ୍ୟତ ପିଢୀ ପାଇଁ ଏକ ସୁନ୍ଦର ପରିବେଶ ଗଢି ତୋଳିବାକୁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସବୁଜ ପରିଚାଳନା ଆଦି ସମ୍ପର୍କରେ ଆଲୋକପାତ  କରିଥିଲେ । ଘରୁ ବାହାରୁଥିବା ବିଭିନ୍ନ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏଣେତେଣେ ରାସ୍ତାରେ ନଫୋପାଡ଼ି ଏନ୍ଏସି କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ପାଟ୍ଟଯୋଶୀ ଅନୁରୋଧ କରିଥିଲେ । ଯଦି ଉପରୋକ୍ତ କାର୍ଯ୍ୟ ଆଇନ୍ ବିରୁଦ୍ଧରେ କୌଣସି ଜନସାଧାରଣ ନିଷେଧ ପ୍ଲାଷ୍ଟିକ୍ ବ୍ୟବହାର, ଗଚ୍ଛିତ ଓ ବିକ୍ରି କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତି ଜରିମାନା ବା ଆଇନ ଅନୁଯାୟୀ ଦଣ୍ଡର ସମ୍ମୁଖୀନ ହେବେ । ଜନସାଧାରଣ ଏ ଦିଗରେ ସଚେତନ ହେବା ସହ ପ୍ଲାଷ୍ଟିକ୍ ର  ବ୍ୟବହାର ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ଶ୍ରୀ ପାଟ୍ଟଯୋଶୀ ନିବେଦନ କରିଥିଲେ ।  ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମାନସ ରଂଜନ ପଶାୟତ ଏବଂ ଅତିରିକ୍ତ ବିଡ଼ିଓ ଶରତ ଚନ୍ଦ୍ର ବାରିକ୍ ଯୋଗଦେଇ ପ୍ଲାଷ୍ଟିକ୍ ନିଷେଧ କରିବାକୁ ହେଲେ ପରିବାରର ପ୍ରତିଟି ବ୍ୟକ୍ତି ସଚେତନତା ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକ କର୍ମଶାଳାକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ୱାର୍ଡର କାଉନସିଲର୍, ସ୍ୱଚ୍ଛସାଥୀ, ସ୍ୱୟଂସହାୟକ ଗୋଷ୍ଠୀର କର୍ମୀ, ବରିଷ୍ଠ ନାଗରିକ, ବଜାର କମିଟିର ସଦସ୍ୟ, ସଚେତନ ନାଗରିକ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

 

0
0
0
s2sdefault