ହେଡଲାଇନସ୍:

ଆଉ ତିନିଜଣଙ୍କ ଉପରେ ଚାଲିଲା ୫-ଟି ଖଣ୍ଡା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) :ପ୍ରଭାବ କଣ ପଡୁ ନପଡୁ, ଲୋକଂକ ପାଖରେ ସୁଫଳ କେବେ ପହଂଚିବ  ସେ ପର କଥା | ହେଲେ ବାର ହାତୀ ଖଣ୍ଡା ପରି ୫ -ଟି ଖଣ୍ଡା ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି | ଏହା ସରକାରଙ୍କ "ଆଖିରେ ଧୂଳି ମାର" ନୀତି  ବା ପବ୍ଲିସିଟି ଷ୍ଟଣ୍ଟ, ତାହା ସମୟ କହିବ | ହେଲେ ଅଧିକାରୀ କର୍ମଚାରୀଙ୍କ ଭିତରେ ଏହା କୋକୁଆ ଭୟ ସୃଷ୍ଟି କରିଛି ଓ ସେମାନଙ୍କ ଭିତରେ କିଛିଟା କର୍ମ ପ୍ରବଣତା ଓ ଅନିଚ୍ଛାକୃତ  ସଚୋଟତା ପରିଲକ୍ଷିତ ହୋଇଛି  | କିଛି ଯନ୍ତ୍ରୀ, କିଛି କର୍ମଚାରୀଙ୍କ ମୁଣ୍ଡରେ ୫-ଟି ଖଣ୍ଡା ଚାଲିଥିବା ବେଳେ ଆଜି ଆଉ  ୩ପୋଲିସ କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଉ ଏ ବିଷୟ ପୋଲିସ ମହାନିର୍ଦ୍ଦେଶକ ତାଙ୍କ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି | ଆଜି ବାଧ୍ୟତାମୂଳକ ଅବସର ପାଇଥିବା କର୍ମଚାରୀ  ହେଲେ ସବ୍ ଇନ୍ସିପେକ୍ଟର ବନମାଳୀ ନାୟକ,ଏଏସ ଆଇ  ବୀରବର ଲେଙ୍କା,ଏଏସ ଆଇ କିଶୋର ବାଗ୍ । ସେମାନଙ୍କ ସନ୍ଦିଗ୍ଧ କାର୍ଯ୍ୟକଳାପ ଓ ସେମାନେ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗରେ ଏସପି ସେମାନଙ୍କୁ  ଓଡ଼ିଶା ସର୍ଭିସ୍ କୋଡ଼ ୭୧ ଅନୁଯାୟୀ ଏମାନଙ୍କୁ କାର୍ଯ୍ୟ ରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ବୋଲି  ବୋଲି ଡିଜିପି ତାଙ୍କ ଟୁଇଟରେ ସୂଚନା ଦେଇଛନ୍ତି | 

0
0
0
s2sdefault