ହେଡଲାଇନସ୍:

ଦାଦନ ଶ୍ରମିକର ଆଙ୍ଗୁଠି କଟା ଘଟଣା :ମାଲଗାଡିରୁ ପଡି ଚମରୁଙ୍କ ଆଙ୍ଗୁଠି କଟିିଛି; ଏସ୍ପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ)ଜିଲ୍ଲାରେ କିଛି ଦିନ ତଳେ ଚର୍ଚ୍ଚାରେ ରହିଥିବା ଦାଦନ ଶ୍ରମିକଙ୍କ ଗୋଡ ଓ ହାତ ଆଙ୍ଗୁଠି କଟା ଘଟଣା ଏବେ ନୂଆମୋଡ ନେଇଛି । ନୂଆପଡ଼ା ଏସ୍ପି ବିନୀତ ଅଗ୍ରୱାଲ ଦାଦନ ଶ୍ରମିକ ଚମରୁ ପହରିଆଙ୍କ ଗୋଡ ଓ ହାତକୁ ଦାଦନ ଦଲାଲମାନେ କାଟି  ନାହାନ୍ତି, ସେ ଘରକୁ ଆସୁଥିବା ବେଳେ ଏକ ମାଲଗାଡିରୁ ପଡି ତାଙ୍କ ଗୋଡ ହାତର ଆଙ୍ଗୁଠି କଟି ଯାଇଛି ବୋଲି କହିଛନ୍ତି । ଏସପି ଶ୍ରୀ ଅଗ୍ରୱାଲ ତାଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରଥଯାତ୍ରା ସମୟରେ କୋମନା ବ୍ଲକ ଟିକ୍ରାପଡା ଗ୍ରାମ ଦୁଇଜଣ ଦଲାଲ ଡୋଳାମଣି ସତନାମୀ ଓ ବିଦେଶୀ ସୁନାନୀ ଶ୍ରମିକ ଚମରୁଙ୍କୁ ନେଇ ନାଗପୁର ଯାଇଥିଲେ । ସେଠାରେ ଚମରୁ ଟଙ୍କା ମାଗିବାରୁ ଉଭୟେ ଚମରୁଙ୍କ ଗୋଡ ଓ ହାତର ଆଙ୍ଗୁଠି କାଟିଥିବା କୋମନା ଥାନାରେ ଅଭିଯୋଗ ହୋଇଥିଲା । ଏହା ଉପରେ ତଦନ୍ତ ପାଇଁ ନୂଆପଡ଼ା  ପୁଲିସର ଏକ ଟିମ୍ ନାଗପୁର ଯାଇଥିଲା । ପୁଲିସ ତଦନ୍ତରୁ ଜାଣି ପାରିଛି ଯେ, ଡୋଳାମଣିଙ୍କ ସହ ଚମରୁ ନାଗପୁରକୁ ଯାଇଥିଲେ । ସେଠାରେ ଚମରୁ ଦୁଇ ଦିନ କାମ କରିବା ପରେ ଜୁଲାଇ ୧୭ତାରିଖ ଫେରାର ହୋଇ ଯାଇଥିଲେ । ନାଗପୁର ରେଲୱ ଷ୍ଟେସନରୁ ଏକ ମାଲଗାଡିର ଦୁଇଟି ଡବା ମଝିରେ ବସି ଯାଇଥିଲେ ।  ଏହି ସମୟରେ ଚମରୁଙ୍କ ମୁଣ୍ଡ ବୁଲାଇବାରୁ ସେଧାମନ ଗାଁ ଓଙ୍ଗଲ୍ଲି ମଝିରେ ଚମରୁ ଖସି ପଡି ଯାଇଥିଲେ ଏବଂ ଗୋଡ ଓ ହାତର ଆଙ୍ଗୁଠି କଟି ଯାଇଥିଲା । ନାଗପୁର ରେଲୱ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ସେପ୍ଟେମ୍ବର ୨୫ ତାରିଖରେ କଣ୍ଟାବଞି ରେ ପହଚିଂଥିଲେ ।ତାଙ୍କ ପୁଅ ତୁଲାରାମ ତାଙ୍କୁ ନେଇ ନୂଆପଡ଼ା  ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଯେଉଁ ଦିନ ଚମରୁଙ୍କୁ ଆଙ୍ଗୁଠି କଟିଥିଲା । ସେହି ଦିନ ଦୁଇ ଦଲାଲ ଡୋଳାମଣି ଓ ବିଦେଶୀ ନିଜ ଘର ଟିକ୍ରାପଡାରେ ଥିଲେ ।ଟ୍ରେନରୁ ଖସି ପଡି ପାପୁଲି ଓ ଗୋଡ ଆଙ୍ଗୁଠି କଟିଥିବା ମେଡିକଲ ରିପୋର୍ଟ ଓ ମାଜିଷ୍ଟେ୍ରଟଙ୍କ ଉପସ୍ଥିିତିରେ ନିଆଯାଇଥିବା ଚମରୁଙ୍କ ବୟାନରୁ ଜଣାପଡିଛି । ଗାଁର କେତେକ ବ୍ୟକ୍ତିଙ୍କ ପ୍ରରାଚନାରେ ଚମରୁଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ ।  ଦଲାଲମାନେ ଆଙ୍ଗୁଠି କଟିବା ଭଳି ମିଥ୍ୟା ଘଟଣାକୁ ଯିଏ ପ୍ରଘଟ କରିଛି ତାହା ଉପରେ ତଦନ୍ତ କରି ପୁଲସି ତୁରନ୍ତ ପଦକ୍ଷେପ ନେବ ବୋଲି ଏସପି କହିଛନ୍ତି । ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, କୋମନା ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ନୂଆପଡ଼ା ଟାଉନ ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଉପସ୍ଥିତ ଥିଲେ । 

0
0
0
s2sdefault