ହେଡଲାଇନସ୍:

ବିସ୍ଥାପିତଙ୍କୁ ମୌଳିକ ସୁବିଧା ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ଅମିତ ପୁରୋହିତ : ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଗତ ୨୦୦୬ ମସିହା ଠାରୁ ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି । ପ୍ରକଳ୍ପ ଯୋଗୁଁ ଏହି ବ୍ଲକର ମାଳପଡା ଗାଁ ପାଣିରେ ସମ୍ପୂର୍ଣ୍ଣ ବୁଡି ଯାଇଛି । ସେ ସମୟରେ ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ସବୁ ପ୍ରକାର ସହୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏଯାଏ ସେମାନଙ୍କୁ ମୌଳିକ ସୁବିଧା ମିଳି ନଥିବାବେଳେ ସେମାନେ ଅସୁବିଧାରେ ଦିନ କାଟୁଛନ୍ତି । ବିସ୍ଥାପିଙ୍କ ପରିସ୍ଥିତି ସମ୍ପର୍କରେ ଆଗ୍ରେନ ସରପଂଚ ମାଳତୀ ମାଝୀ ଉକ୍ତ ଗାଁ ପରିଦର୍ଶନରେ ଯାଇ ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମାଧାନ ପାଇଁ କୋମନା ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । 

0
0
0
s2sdefault