ହେଡଲାଇନସ୍:

ମେଗା ଆଇନ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ଗଜପତି ଷ୍ଟାଡିୟମରେ ୨୦ ତାରିଖରେ  ଅନୁଷ୍ଠିତ ହେବ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସ୍ତରୀୟ ଏକ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକ ପୂର୍ବ-ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

       ଆୟୋଜିତ ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା(ସେସନ୍) ଜର୍ଜ ଶ୍ରୀ ବିଶ୍ବଜିତ ଦାସ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ଯୋଜନା ଓ ମିଶନର ଅଧିକାରୀ ମାନେ ଯୋଗଦେଇ ଆଲୋଚନା କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିଥିଲେ ।

        ମୁଖ୍ୟତଃ ଆସନ୍ତା ୨୦/୧୦/୨୦୧୯  ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ କିଭଳି ଲୋକାଭିମୁଖୀ କରା ଯାଇପାରିବ ଏବଂ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ  ଜନସାଧାରଣ ଯୋଗଦେଇ କିଭଳି ଏହାଦ୍ବାରା ବିଶେଷ ଭାବେ ଲାଭ ଉଠାଇ ପାରିବେ  ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ନିଷ୍ପତ୍ତି ନିଆ ଯାଇଥିଲା।    ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମରେ କେଉଁ କେଉଁ ବିଭାଗ ପକ୍ଷରୁ  ସଚେତନତା ଷ୍ଟଲ ଗୁଡ଼ିକ  ଖୋଲାଯାଇ ବିଭିନ୍ନ ଯୋଜନା ଗୁଡ଼ିକର ଉପକାରିତା  ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ  ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଥିଲା ।

      ସରକାରଙ୍କ ବିଭିନ୍ନ ବିଭାଗ ଓ କାର୍ଯ୍ୟକାରୀ ହେଉଥିବା କେତେ ଗୁଡିଏ ଆଇନ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ  ସଚେତନତା କରିବା ପାଈଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ।

     ଏହି କାର୍ଯ୍ୟକ୍ରମରେ କେତେ ଗୁଡିଏ ବିଭାଗ ଯଥା-- ବନ ବିଭାଗ ସମେତ , କୃଷି , ଓଡିଶା ଜୀବିକା ମିଶନ , ମିଶନ ଶକ୍ତି , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ସାମାଜିକ ସୁରକ୍ଷା , ଶିଶୁ ସୁରକ୍ଷା , ସ୍ବାସ୍ଥ୍ୟ ଏବଂ ସାମାଜିକ ମଙ୍ଗଳ ବିଭାଗ ଅଧିନରେ ଥିବା ବିଭିନ୍ନ ପ୍ରକାର ଯୋଜନାରେ ଚୟନ ହୋଇଥିବା ହିତାଧିକାରୀ ମାନଙ୍କୁ ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ମେଗା ଆଇନ ସଚେତନତା ସେବା ଶିବିର କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଈଁ ନିଷ୍ପତ୍ତି ନିଆ ଯାଇଥିଲା ।

       ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ସେସନସ ଜଜ  ଶ୍ରୀ ଦାସ ବିଶ୍ବଜିତ ଦାସ ଏବଂ ଜିଲ୍ଲାପାଳ ଅନୁପମ ଶାହା ଏହି ଅନୁଷ୍ଠିତ ହେବାକୁ ଥିବା  ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମର ଅଧିକ ସଂଖ୍ୟକ ଜନ ସାଧାରଣ ଯୋଗଦେଇ ଉପକୃତ ହେବା ସହ ଶାନ୍ତି ଶୃଙ୍ଖଳା ରେ ଏହା କିଭଳି ସମ୍ପାଦନ ହେବ , ସେଥିପାଇଁ ସଫଳତା ପାଈଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । 

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଡିଏଫଓ ବିବେକ କୁମାର ତ୍ୟାଗି ,ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା  ଦୀପା ଦାସ ,  ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷା ଶୁଭଶ୍ରୀ ପ୍ରଧାନ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଏବଂ ପାରଳାଖେମୁଣ୍ଡି ବାର କାଉନସିଲ ଅଧ୍ୟକ୍ଷ ରାମନାଥ ମିଶ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଅଧିକ ସଂଖ୍ୟକ ଜନ-ସାଧାରଣଙ୍କ ଉପସ୍ଥିତି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

 

 

 

0
0
0
s2sdefault