ହେଡଲାଇନସ୍:

ଭୂସ୍ଖଳନ : କଳିଙ୍ଗା ଘାଟିରେ ଅତଡ଼ା ଖସିଲା , କନ୍ଧମାଳ ଜିଲ୍ଲାକୁ ଯାତାୟାତ ଠପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୁସ୍କଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ବସ, ଟ୍ରକ, କାର ଅଟକି ରହିଥିବା ବେଳେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ପଥର ମାଟି ଅତଡା ଖସିବା ଫଳରେ ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ ଜିଲ୍ଲାରୁ କନ୍ଧମାଳ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରକୁ ଯାତାୟତ ଠପ ହୋଇଯାଇଛି । ଏହି ରାସ୍ତାରେ ଯାତାୟାତ କେତେବେଳେ ସ୍ବାଭାବିକ ହେବ କହିବା ସମ୍ଭପର ନୁହେଁ l ପ୍ରବଳ ବର୍ଷା ଯୋଗୁଁ ଏହା ଅତ୍ଯନ୍ତ ବିପଦ ପୁର୍ଣ୍ଣ ହୋଇଛି l କାରଣ ଯେଉଁଭଳି ଭାବେ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ରହିଛି ଏହି ସ୍ଥାନରୁ ମାଟି ପଥର କାଢ଼ିବା ବିପଦପୂର୍ଣ୍ଣ ରହିଥିବା ଏବଂ ସଂକୀର୍ଣ୍ଣ ରାସ୍ତା ପୁରା ମାଟି ପଥର ଭରି ହୋଇ ରହିଛି । ସୌଭାଗ୍ୟ ବଶତଃ କୌଣସି କ୍ଷୟ କ୍ଷତି ହୋଇନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ଭୁଷ୍କଳନ ଦ୍ୱାରା ରାଞ୍ଚି-ବିଜୟୱାର୍ଡ କରିଡରରେ ଜାତାୟାତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି l

0
0
0
s2sdefault