ହେଡଲାଇନସ୍:

ଓଡ଼ଗାଁ ଓ ଶରଣକୁଳରେ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୫୦ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ହେଲେ ହନ୍ତସନ୍ତ,

  • ବିଦ୍ୟୁତ୍ ଯୋଗାଣ ସ୍ବଭାବିକ କରିବା ନିମନ୍ତେ ଗ୍ରିଡ ସ୍ଥାପନ ପାଇଁ ଦାବୀ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଦୁଇ ପ୍ରମୁଖ କ୍ଷେତ୍ର ଓଡ଼ଗାଁ ଓ ଶରଣକୁଳ ସହିତ ସାରା ଅଞ୍ଚଳରେ ପ୍ରାୟ ୨୪ ଘଣ୍ଟାର ବିଦ୍ୟୁତ ବିଭ୍ରାଟ ଏକ ବଡ଼ଧରଣର ଜନ ଅସନ୍ତୋଷ ପାଇଁ ସୁରାକ୍ ଯୋଗାଇଛି । ଓଡ଼ଗାଁ ଏବଂ ଶରଣକୁଳ ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ଗୋଟିଏ ସ୍ବତନ୍ତ୍ର ଗ୍ରିଡ ସ୍ଥାପନ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସାଧାରଣରେ ଦାବୀ ହୋଇଛି । ଅନ୍ୟଥା ଆଗାମୀ ଦିନରେ କୌଣସି ପରିସ୍ଥିତିରେ ଏନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନା ଦେଖାଯାଇଛି । ଦୀର୍ଘ ସମୟ ଧରି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ଯୋଗୁଁ ଟାଟା ପାୱାର କର୍ପୋରେସନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ଉପରେ ୫୦ ହଜାରରୁ ଅଧିକ ଉପଭୋକ୍ତା ପରିବାର ଏବଂ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ମାନଙ୍କ ଆକ୍ରୋଶ ଭାବ ବୃଦ୍ଧି ପାଇଛି । ତେବେ ସୋମବାର ଘଟିଥିବା ବିଦ୍ୟୁତ ବିଭ୍ରାଟ ତିତିଲି ଅଥବା ହୁଡୁହୁଡୁ ବାତ୍ୟା ସମୟରେ ମଧ୍ୟ ଦେଖିବାକୁ ମିଳିନଥିଲା । ଏଥିସହିତ କମ୍ପାନୀ ବିଦ୍ୟୁତ ବଣ୍ଟନ ଦାୟିତ୍ଵ ନେବାପରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନାମରେ ଦୈନନ୍ଦିନ ଦୀର୍ଘ ସମୟଧରି ବିଦ୍ୟୁତ କାଟ କରିବା ସୁନିଶ୍ଚିତ ହୋଇଯାଇଥିବା ବେଳେ ବର୍ଷା ପବନ ପୂର୍ବରୁ ବିଦ୍ୟୁତ୍ ବିଛିନ୍ନରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ସୋମବାର ସନ୍ଧ୍ୟାରେ ନୟାଗଡ଼ ଗ୍ରୀଡ୍ ଠାରୁ ମାତ୍ର ଅଳ୍ପ ଦୂରରେ ଓଡ଼ଗାଁ ଓ ଶରଣକୁଳ ଷ୍ଟ୍ରକ୍ଚରକୁ ଆସିଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ୩୩କେଭି ବିଦ୍ୟୁତ୍ ତାରରେ ସମସ୍ୟା ରହିଥିଲା। ଆନ୍ତରିକତାର ସହ ସାମାନ୍ୟ ଉଦ୍ୟମ କରିଥିଲେ ହୁଏତ ଯୋଗାଣ ବାଧାପ୍ରାପ୍ତ ହେବାର ଖୁବ୍ କମ୍ ସମୟ ମଧ୍ୟରେ ସୁଧାର ହୋଇପାରି ଥାନ୍ତା । ସୂଚନା ଅନୁସାରେ ୩୩କେଭି ବିଦ୍ୟୁତ୍ ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀମାନେ ଦାବି ପୂରଣ ଉଦ୍ଦେଶ୍ୟରେ ୧୬ତାରିଖ ମଙ୍ଗଳବାର ଠାରୁ ଭୁବନେଶ୍ୱର ଆନ୍ଦୋଳନରେ ଅଂଶଗ୍ରହଣ କରିବାର ଥିଲା । ଏଣୁ ସେମାନଙ୍କ ଦାୟିତ୍ୱ ତୁଲାଇ ବାରେ ବ୍ୟତିକ୍ରମ ଦେଖାଯାଇଥିଲା । ଫଳରେ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟୁତ୍ ବିଚ୍ଛିନ୍ନକୁ ସ୍ବଭାବିକ କରିବା ପରେ ଅପରାହ୍ନ ୨ଟା ପରେ ଯୋଗାଣ ସ୍ବଭାବିକ ହୋଇଥିଲା ।
ତେବେ ନୟାଗଡ଼ ନିକଟରେ ବାଇପାସ୍ ରୋଡ଼ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମାନି କାର୍ଯ୍ୟ ଯୋଗୁଁ ବାରମ୍ବାର ହେଉଥିବା ବିଦ୍ୟୁତ୍ ବିଭ୍ରାଟର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ସାହୁ ଦୁଃଖ ପ୍ରକାଶ କରିବା ସହ ଠିକା ସଂସ୍ଥା(ଏ ଆର ଏସ ଏସ) ବିରୁଦ୍ଧରେ ପୋଲିସରେ ମାମଲା ରୁଜୁ ପାଇଁ ଚାର୍ଜଫ୍ରେମ ପ୍ରସ୍ତୁତ କରୁଥିବା କହିଛନ୍ତି ।

0
0
0
s2sdefault