ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଫିଲିମହଲ ନିକଟ ପାର୍କ ସାମ୍ନା ଗଳିର ଭଡ଼ାଘରେ ରହୁଥିବା ନିରୁପମା ବିଶ୍ବାଳ(୩୯) ଧାରୁଆ ଅସ୍ତ୍ର ଚୋଟରେ ଗୁରୁତର ହୋଇ ପଡିବା ପରେ ଓଡ଼ଗାଁ ଡାକ୍ତରଖାନା ଓ ପରେ ତାଙ୍କୁ ନୟାଗଡ଼ ଓ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ମାନପୁର ଗ୍ରାମର ନିରୁପମା ବିଶ୍ବାଳ କୁରାଳ ବାଲିସାହିର ହେମନ୍ତ ବିଶ୍ବାଳଙ୍କୁ ବିବାହ କରିଥିଲେ । ତେବେ ବିଭିନ୍ନ ସମୟରେ ସ୍ବାମୀ ହେମନ୍ତଙ୍କ ଦ୍ବାରା ମାରପିଟ୍, ଗାଳିଗୁଲଜ ଭଳି ନିର୍ଯାତନାକୁ ସହ୍ୟ କରିନପାରି ପ୍ରାୟ ୧୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅଲଗା ରହିଆସୁଥିଲେ । ତାଙ୍କର ଥାନା ଓ କୋର୍ଟ କଚେରିରେ ଏନେଇ ମାମଲା ଚାଲୁରହିଥିବା ବେଳେ ଛି ଉଭୟଙ୍କ ମଧ୍ୟରେ ଉକ୍ତ ଘଟଣାକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ତେବେ ନୀରୁପମା ମଙ୍ଗଳବାର ଦିନ ସକାଳେ ପାର୍କ ସାମ୍ନା ଭଡ଼ାଘରେ ଏକାଥିବା ଖବରପାଇ ସ୍ବାମୀ ହେମନ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନୀରୁପମାଙ୍କ ମା' କହିଛନ୍ତି । ନୀରୁପମାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ବାମ ଗୋଡ଼ ପାଦ, ନଳୀ ଗଣ୍ଠି ସହିତ ବାମହାତ ଆଙ୍ଗୁଠି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଏ ଏସ ଆଇ ମନୋରଞ୍ଜନ ଦେହୁରୀଙ୍କ ଟିମ୍ ସଂଗେସଂଗେ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ବେଳେ ତାଙ୍କ ଗ୍ରାମରୁ ଅଭିଯୁକ୍ତକୁ ପାଇଁ ଅଟକ ରଖିଥିବା ଜଣାପଡିଛି ।
ରାଜ୍ୟ
ସ୍ବାମୀର ଧାରୁଆ ଅସ୍ତ୍ର ଚୋଟରେ ସ୍ତ୍ରୀ ଗୁରୁତର, ଜୀବନ ବଞ୍ଚାଇବାକୁ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ
- Hits: 5