ହେଡଲାଇନସ୍:

ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା,(ଅମିତ ପୁରୋହିତ ); ସଦର ବ୍ଲକ ଅନ୍ତର୍ଗତ ନେସନାଲ ମହା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରରେ କଲେଜ ଅଧ୍ୟକ୍ଷ ତଥା ନୋଡାଲ ଅଫିସର ସମରେନ୍ଦ୍ର ନାରାୟଣ ଦାସଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶ୍ରୀ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଏହାର ଉପକାରୀତା ଓ ପ୍ରତ୍ୟହ କରିବାର ସୁଫଳ ଉପରେ ବିଶେଷ ଆଲୋକପାତ କରିଥିଲେ । ଏହା ସହ ହିନ୍ଦି ବିଭାଗ ମୂଖ୍ୟ ଗଜେନ୍ଦ୍ର ପ୍ରସାଦ ନାୟକ, ଅର୍ଥନିତି ବିଭାଗର ମୂଖ୍ୟ ଦୁଲ୍ଲବ ଚରଣ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ମାର୍ଗ ଦର୍ଶନ କରାଇଥିଲେ । କଲେଜ ର ଖେଳ ପ୍ରମୁଖ ପ୍ରକାଶ କୁମାର ସାହୁ ଶିବିର କୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।  

 

0
0
0
s2sdefault